spot_img

Latest Posts

ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଲା ଜଙ୍ଗଲ ବିଭାଗ ଅନୁମତି

ପୁରୀ : ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମିଳିଲା ଜଙ୍ଗଲ ବିଭାଗ ଅନୁମତି। ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ମନ୍ତ୍ରାଳୟ ପକ୍ଷରୁ ଇନ-ପ୍ରିନ୍ସପଲ ଷ୍ଟେଜ-୧ ଫରେଷ୍ଟ କ୍ଲିଅରାନ୍ସ ମିଳିଛି। ବିମାନ ବନ୍ଦରରେ ୨୭.୮୮ ହେକ୍ଟର ଜଙ୍ଗଲ ଜମି ରହିଛି। ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ଚାରି ଧାମରୁ ଶ୍ରେଷ୍ଠ ଧାମ ହୋଇଥିବାବେଳେ ଏହାର ଅତି ନିକଟରେ ବିଭିନ୍ନ ଐତିହ୍ୟସ୍ଥଳୀ ରହିଛି । ପୁରୀ ବିଚ ବ୍ଲୁ-ଫ୍ଲାଗ ମାନ୍ୟତା ପାଇଛି । ତେଣୁ ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ନବୀନ।

Latest Posts

Don't Miss