ଭୁବନେଶ୍ବର : ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ । ଜାତୀୟ ଶିକ୍ଷା ନୀତି ୨୦୨୦ର ମହତ୍ତ୍ବାକାଂକ୍ଷୀ ଆଭିମୁଖ୍ୟକୁ ଆଗକୁ ନେଇ ରାଜ୍ୟର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରାଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ଗୁରୁତ୍ବ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଉଛି । ଚଳିତ ବର୍ଷ ପିଲାଙ୍କର ପ୍ରବେଶ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି, ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ ଅଛନ୍ତି ସରକାର। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ୨୦୨୫-୨୬ ଶିକ୍ଷାବର୍ଷରୁ ସାରା ରାଜ୍ୟରେ ୪୫ ହଜାର ଅତିରିକ୍ତ ପ୍ରାକ୍ ପ୍ରାଥମିକ ଶ୍ରେଣୀ ବା ଶିଶୁ ବାଟିକା ଖୋଲାଯାଇଛି ।

