spot_img

Latest Posts

 ଗାଈ କ୍ଷୀର ହେଲା କି ବିଷ ? କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ

ନନ୍ଦିଘୋଷ ବ୍ୟୁରୋ: କ୍ଷୀର ପିଇ ୫୦ରୁ ଅଧିକ ଲୋକ ଅସୁସ୍ଥ। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ୱାର୍ଡ ନଂ ୧୨ ଡଙ୍ଗରିସାହିରେ ୧୪ ଶିଶୁ ସହ ୫୦ରୁ ଉର୍ଦ୍ଧ ବ୍ୟକ୍ତି ଗୋଟିଏ ଗାଈର କ୍ଷୀର ପିଇ ଅସୁସ୍ଥ ହୋଇଛନ୍ତି। ଗାଈର ମାଲିକ ହେଲେ ସୁଶାନ୍ତ ରାୟ । କ୍ଷୀର ପିଇବା ପରେ ଗ୍ରାମବାସୀ ଜାଣି ପାରିଥିଲେ ଯେ ସେହି ଗାଈକୁ ଗୋଟିଏ ପାଗଳ କୁକୁର କାମୁଡିଥିଲା । ପରେ ଗାଈଟିର ମୃତ୍ୟୁ ଘଟିଥିଲା। ଗାଈ କ୍ଷୀର ବିଷାକ୍ତ ହୋଇଥିବ ଆଶଙ୍କା କରି ଆତଙ୍କିତ ହୋଇ ପଡ଼ିଥିଲେ ଗ୍ରାମବାସୀ । ପରେ କୌଣସି ରୋଗ ହେବା ଓ ଦେହରେ ବିଷକ୍ରିୟା ହେବ ଆଶଙ୍କା କରି ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଇବା ସହ ଟିକା ଗ୍ରହଣ କରିଥିଲେ। ଏବେ ବି କିଛି ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି।

Latest Posts

Don't Miss