ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବରେ ବିଧାନସଭା ନିର୍ବାଚନ ୨୦୨୭ରେ ହେବାକୁ ଯାଉଛି । ପଞ୍ଜାବରେ ଏବେ ଆମ୍ ଆଦମୀ ପାର୍ଟିର ସରକାର ରହିଛି । ଏବେ ଆପ୍ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ଇଡି ରେଡ୍ କରିଥିବା ସୂଚନା ରହିଛି । ରାଘବ ଚଢାଙ୍କ ସ୍ଥାନରେ ଅଶୋକ ମିତ୍ତଲଙ୍କୁ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ରେ ତାର ଉପନେତା ଭାବେ ଚୟନ କରିଥିଲା । ଫେମା ଆଇନ ଉଲ୍ଲଂଘନ ଅଭିଯୋଗରେ ଇଡି ରେଡ୍ କରିଛି। ଅଶୋକ ମିତ୍ତଲଙ୍କ ଏକ ପ୍ରାଇଭେଟ ୟୁନିଭରସିଟି ଅଛି। ତାର ନାଁ ହେଉଛି ଲଭଲି ୟୁନିଭରସିଟି । ଜଲନ୍ଧରରେ ଏହି ୟୁନିଭରସିଟି ଅଛି। ଏହା ସହିତ ଗୁରୁଗ୍ରାମରେ ଥିବା ତାଙ୍କର ଏକ ଏମବିଏ କଲେଜରେ ମଧ୍ୟ ରେଡ୍ କରୁଛି ଇଡି । ମୋଟ ୧୦ଟି ସ୍ଥାନରେ ଇଡି ରେଡ୍ କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କ ଘରେ ମଧ୍ୟ ଚାଲିଛି ଚଢ଼ାଉ । କିଛି ଦିନ ତଳେ ତାଙ୍କୁ ରାଜ୍ୟସଭାରେ ଉପନେତା ଭାବେ ଚୟନ କରିଥିଲା ଆପ୍ । ତାଙ୍କ ଘରେ ଓ ଅଫିସରେ ଇଡି ରେଡ୍ କରୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛି ଆପ୍। ରାଜନୈତିକ କାରଣରୁ କେବଳ ବିରୋଧୀ ଦଳର ନେତାଙ୍କୁ କେନ୍ଦ୍ର ସରକାର ଟାର୍ଗେଟ କରୁଛନ୍ତି ବୋଲି ଆପ୍ କହିଛି । ଇଡି,ସିବିଆଇ ଲଗାଇ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ଆପ୍ ନେତା ସଂଜୟ ସିଂହ।

