ନନ୍ଦିଘୋଷ ବ୍ୟୁରୋ: ଆଜି ଓଡିଶା ରାଜନୀତି ରେ ପ୍ରବେଶ କଲା ମହମ୍ମଦ ମୋକିମଙ୍କ ନୂଆ ଦଳ । ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଶହ ଶହ ସମର୍ଥକଙ୍କ ଭିଡ଼ ଜମିଥିଲା । କଂଗ୍ରେସରୁ ବହିଷ୍କାର ହେବା ପରେ ନୂଆ ଦଳ ଗଠନ ପାଇଁ ଅଣ୍ଟା ଭିଡ଼ିଥିଲେ ମୋକିମ । ନୂଆ ଦଳ ଗଠନ ପରେ ମହମ୍ମଦ ମୋକିମ ବଡ଼ ଘୋଷଣା କରିଛନ୍ତି ଯେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ । ଯୁବ ଶକ୍ତି ଆଗକୁ ଆସିବା ପାଇଁ ସମାବେଶ ସ୍ଥଳରୁ ଆହ୍ୱାନ ଦେଇଛନ୍ତି । ମୋକିମଙ୍କ ନୂଆ ଦଳ ଲୋକାର୍ପଣ ଉତ୍ସବରେ ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଉପସ୍ଥିତ ଥିଲେ । ଶହ ଶହ ସମର୍ଥକ ଉପସ୍ଥିତି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ କରିଛି ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।

