spot_img

Latest Posts

ସୀମା ପୁନଃନିର୍ଦ୍ଧାରଣ ପରେ ବଢ଼ିବ ଲୋକସଭା ଆସନ ସଂଖ୍ୟା

ନୂବଦିଲ୍ଲୀ : ସୀମା ପୁନଃନିର୍ଦ୍ଧାରଣ ପରେ ବଢ଼ିବ ଲୋକସଭା ଆସନ ସଂଖ୍ଯା। ୫୪୩ ସଦସ୍ଯ ବିଶିଷ୍ଟ ଲୋକସଭା ଆସନ ସଂଖ୍ଯା ବଢ଼ି ହେବ ୮୫୦। ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୬ ପ୍ରସ୍ତାବ ଅନୁଯାୟୀ ୨୮ଟି ରାଜ୍ଯରୁ ନିର୍ବାଚିତ ସାଂସଦଙ୍କ ସଂଖ୍ଯାରେ ବୃଦ୍ଧି ଘଟି ହେବ ୮୧୫। ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ଲୋକସଭା ନିର୍ବାଚନମଣ୍ଡଳୀ ସଂଖ୍ଯା ୩୫କୁ ବୃଦ୍ଧି ପାଇବ। ୨୦୨୭ ଜନଗଣନା ପାଇଁ ଚାଲିଛି ପ୍ରକ୍ରିୟା। ଆସନ୍ତାବର୍ଷ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ନୂଆ ସଂସଦୀୟ କ୍ଷେତ୍ର ସୃଷ୍ଟି ପାଇଁ ଜନସଂଖ୍ଯାକୁ ଆଧାର କରାଯିବ।

ସେହିପରି ସବୁ ରାଜ୍ଯର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ନେଇ ବିଲରେ ପ୍ରସ୍ତାବ ରହିଛି। ଓଡ଼ିଶାରେ ଏବେ ୨୧ଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି। ଆକଳନ କରାଯାଉଛି ସୀମାପୁନଃନିର୍ଦ୍ଧାରଣ ପରେ ଏହି ସଂଖ୍ଯା ବଢ଼ି ୨୯ରୁ ୩୧ ହୋଇପାରେ। ସେହିପରି ୧୪୭ ସଦସ୍ଯ ବିଶିଷ୍ଟ ବିଧାନସଭା ଆସନ ୨୧୦କୁ ବୃଦ୍ଧି ପାଇବା ସମ୍ଭାବନା ରହିଛି।

Latest Posts

Don't Miss