ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆ ଯୁଦ୍ଧ ପରିପ୍ରେକ୍ଷୀରେ ଇସ୍ରାଏଲ ଓ ଲେବାନନ ମଧ୍ଯରେ ବିବାଦ ପ୍ରସଙ୍ଗ। ଆଜି ୱାଶିଂଟନରେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ହେବ ସିଧାସଳଖ ଆଲୋଚନା। ଆମେରିକା ପ୍ରତିନିଧିଙ୍କ ଉପସ୍ଥିତିରେ ହେବ ଆଲୋଚନା। କଥାବାର୍ତ୍ତାରେ ସାମିଲ ହେବେ ଆମେରିକ ଲାଗି ନିଯୁକ୍ତ ଇସ୍ରାଏଲ ରାଷ୍ଟ୍ରଦୂତ ୟେସିଲ ଲିଟେର। ଏହି କଥାବାର୍ତ୍ତାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଆମେରିକା ବୈଦେଶିକ ବିଭାଗ।
ଗତ ସପ୍ତାହରେ ହେଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହା ହେଉଛି ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା। ଦଶନ୍ଧିରେ ପ୍ରଥମ ଥର ଲାଗି ଗତ ସପ୍ତାହରେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ହୋଇଥିଲା ଆଲୋଚନା। ଆଲୋଚନା ଜରିଆରେ ଶାନ୍ତି ଲାଗି ଲେବାନନ ଇଚ୍ଛୁକ ଥିବା କହିଛନ୍ତି ରାଷ୍ଟ୍ରପତି ଯୋଶେଫ ଆଉନ।

