ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟ ସଂକଟ ନେଇ ଆଜି ଇସଲାମାବାଦରେ ପୁଣି ଆଲୋଚନା। ଏଥର ଆମେରିକା ଓ ଇରାନ ମଧ୍ୟରେ ନୁହେଁ, ପ୍ରଥମେ ଇରାନ ଓ ପାକିସ୍ତାନ ମଧ୍ୟରେ ହେବ ଆଲୋଚନା। ଏଥିପାଇଁ ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି ଆଜି ଇସଲାମାବାଦ ଆସୁଛନ୍ତି। ସେ ପାକ୍ ପ୍ରଧାନମନ୍ତ୍ରୀ ସରିଫ ଓ ସେନା ମୁଖ୍ୟ ଜେନେରାଲ ମୁନିରଙ୍କୁ ଭେଟିବେ। କୁହାଯାଉଛି ଆମେରିକା ସହିତ କଥାବାର୍ତ୍ତା ଆଗରୁ ପାକିସ୍ତାନକୁ ନିଜ ଦାବି ଜଣାଇବ ଇରାନର ବୈଦେଶିକ ମନ୍ତ୍ରୀ। ଏହି ଶାନ୍ତି ଆଲୋଚନାରେ ପାକିସ୍ତାନ ମଧ୍ୟସ୍ଥି ଭାବେ କାମ କରୁଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ କଥାବାର୍ତ୍ତା ଆଗେଇବ ନା କଣ ହେବ, ତାହା ଜଣାପଡ଼ିବ। ଶନିବାର ଆମେରିକା ଓ ଇରାନ ମଧ୍ୟରେ ଇସଲାମାବାଦରେ ଆଲୋଚନା ହେବାର ଥିଲା। କିନ୍ତୁ ଆମେରିକା ପ୍ରତିନିଧି ଦଳ ଆସିବା ଆଗରୁ ହିଁ ଇସଲାମାବାଦରୁ ପଳାଇଥିଲେ ଇରାନ ଟିମ୍। ସରିଫ ଓ ମୁନିରଙ୍କୁ ଭେଟି ନିଜ ଦାବି ତାଲିକା ଧରାଇ ପଳାଇ ଥିଲେ। ସିଧା ଓମାନ ଯାଇ ସେଠାକାର ସୁଲତାନଙ୍କୁ ଭେଟିଥିଲେ। ସେପଟେ ଆମେରିକାର ଟିମ୍ ଇସଲାମାବାଦ ଗସ୍ତ ବାତିଲ କରିଥିଲା। ଏବେ ଅପେକ୍ଷା ଆଜିର ଆଲୋଚନାର କଣ ବାହାରୁଛି। ତେବେ ଏକଥା ସତରେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଅବ୍ୟାହତ ରହିଛି ଓ ଯୁଦ୍ଧ ବନ୍ଦ ହେବାର ଆଶା ଉଜ୍ଜିବୀତ ରହିଛି । ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ରୁଷ ବି ଗସ୍ତ କରିବେ ବୋଲି ଜଣାପଡ଼ିଛି।

