ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ୧୪୨ଟି ଆସନରେ ହେବ ଭୋଟ। ହାତରେ କ୍ୟାମ୍ପେନିଂ ପାଇଁ ଆଜି ମାତ୍ର ଗୋଟିଏ ଦିନ। ତେଣୁ ଜୋରସୋରରେ ସବୁ ଦଳ ପ୍ରଚାର କରୁଛନ୍ତି। ଟିଏମସି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ। ନିଜ ଭବାନୀପୁର ଆସନରେ ନିଜେ ପ୍ରଚାର କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ମୋଦି ଓ ଶାହ ପ୍ରଥମେ ଦିଲ୍ଲୀ ଓ ପହଲଗାଓଁର କଥା ସମାଧାନ କରନ୍ତୁ। ତାପରେ ପଶ୍ଚିମବଙ୍ଗ କଥା ବୁଝିବେ। ଟିଏମସି ପାଇଁ କେଜରିୱାଲ ବି ପ୍ରଚାର କରିଛନ୍ତି। ବିଜେପିର ବହୁ ବଡ଼ ବଡ଼ ନେତା ମଧ୍ୟ ଜୋରସୋରରେ ପ୍ରଚାର ଚଲାଇଛନ୍ତି। ନିଜେ ପ୍ରଚାର କରିଛନ୍ତି ଅମିତ ଶାହା, ରାଜନାଥ ସିଂହ ଓ ନିତିନ ନବୀନ। ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

