ଭୁବନେଶ୍ବର: ନେଦରଲ୍ୟାଣ୍ଡସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ୟୁଏଇ ଗସ୍ତରେ ଯାଇ ଦୁଇ ରାଷ୍ଟ୍ର ମଧ୍ୟରେ ତୈଳ ଓ ଗ୍ୟାସ ସମ୍ପର୍କିତ ବୁଝାମଣା କରିଥିଲେ ମୋଦୀ। ନେଦରଲ୍ୟାଣ୍ଡସର ଆମଷ୍ଟରଡ୍ୟାମରେ ପହଞ୍ଚିବା ପରେ ମୋଦୀଙ୍କୁ ଦିଆଯାଇଛି ଭରପୂର ସମ୍ବର୍ଦ୍ଧନା। ଏହି ଗସ୍ତ କାଳରେ ଭାରତ ସହ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରାଯିବ। ଭାରତ-ଇୟୁ ବାଣିଜ୍ୟ ରାଜିନାମା ଅନୁସାରେ ଏହି ଗସ୍ତ ଭାରତ ଲାଗି ଅଧିକ ସହାୟକ ହେବ ବୋଲି ଆଶା କରାଯାଉଛି। ଡଚ ପ୍ରଧାନମନ୍ତ୍ରୀ ରବ ଜେଟେନ, ରାଜା ଉଇଲିୟମ ଆଲେକଜାଣ୍ଡାର, ରାଣୀ ମାକ୍ସିମାଙ୍କୁ ଭେଟିବେ ମୋଦୀ। ମୋଦୀଙ୍କୁ ସ୍ବାଗତ କରିବା ଲାଗି ଓଡ଼ିଶୀ, କଥକ, ଭାରତନାଟ୍ୟମ, କୁଚିପୁଡ଼ି, ମୋହିନୀଆଟ୍ଟମ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

