spot_img

Latest Posts

ଧାରଣାରେ ଆମ ବସ୍ କର୍ମଚାରୀ: ହନ୍ତସନ୍ତ ଯାତ୍ରୀ, ଯାତାୟତ ବ୍ୟବସ୍ଥା ବାଧାପ୍ରାପ୍ତ

ଭୁବନେଶ୍ବର: ରାଜରାସ୍ତାରେ ଆମ ବସ୍ କର୍ମଚାରୀ। ପାତ୍ରପଡ଼ାରେ ଥିବା ଡିପୋରେ ଆମ ବସ୍ କର୍ମଚାରୀ ଧାରଣା ଦେଇଛନ୍ତି। ଆନ୍ଦୋଳନରେ ଶତାଧିକ ଆମ ବସ କର୍ମଚାରୀ ସାମିଲ ହୋଇଛନ୍ତି। କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସମସ୍ତ ୧୧୭ ଆମ ବସ ବନ୍ଦ ରହିଛି। ପାତ୍ରପଡାରେ ଥିବା ଡିପୋରେ ବସ ଚଳାଚଳକୁ ବନ୍ଦ କରି କର୍ମଚାରୀ ମାନେ ଆନ୍ଦୋଳନ କରୁଛନ୍ତି।

ତିନି ମାସ ଧରି ଦରମା ନ ମିଳିବା, ଇଏସଆଇ ସମସ୍ୟା, କର୍ମଚାରୀଙ୍କୁ ଏଜେନ୍ସି ବାରମ୍ବାର ଧମକ ଦେବା ସହ ଡ୍ରେସ ମିଳୁନଥିବା ଆଦି ଅଭିଯୋଗରେ ଆନ୍ଦୋଳନ କରିଛନ୍ତି କର୍ମଚାରୀ। ଆନ୍ଦୋଳନ ଯୋଗୁଁ ଆମ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଦରମା ପ୍ରଦାନ ନେଇ ବାରମ୍ବାର ଦାବି କରାଯାଉଥିଲେ ବି କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି। ସବୁ ଦାବି ପୂରଣ ହେଲେ କାର୍ଯ୍ୟରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ। ସେପଟେ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ଯାତାୟତ ବ୍ୟବସ୍ଥା ସଂପୁର୍ଣ୍ଣ ଠପ୍ ହୋଇପଡ଼ିଛି  । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କର୍ମଚାରୀ।

Latest Posts

Don't Miss