ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଏବଂ ଗୁଳୁଗୁଳି ମଧ୍ୟରେ ଏବେ ଆଶ୍ୱସ୍ତିର ଖବର ମିଳିଛି। ଓଡ଼ିଶାବାସୀଙ୍କୁ ଖୁବ୍ଶୀଘ୍ର ମିଳିବ ତ୍ରାହି। ଭାରତୀୟ ପାଣିପାଗ ବିଭାଗ ବା IMD ର ଆକଳନ ଅନୁଯାୟୀ, ରାଜ୍ୟରେ ଏକ ବଡ଼ ବର୍ଷାର ପୂର୍ବାନୁମାନ କରାଯାଇଛି। ଓଡ଼ିଶା ଆକାଶରେ ଏବେ ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ଆଗାମୀ ଦିନରେ ବଡ଼ ଲଘୁଚାପର ରୂପ ନେବାକୁ ଯାଉଛି।
ବଙ୍ଗୋପସାଗରରେ ରୂପ ନେଉଛି ଆଉ ଏକ ପାଣିପାଗ ନିୟମ ଆଇଏମଡି (IMD) ର ସୂଚନା ଅନୁଯାୟୀ, ଆସନ୍ତା ମେ’ ୨୮ ଏବଂ ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଓଡ଼ିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୮ ଓ ୨୯ ତାରିଖ ଆଡ଼କୁ ଏହି ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଏହା ସୃଷ୍ଟି ହେବା ପରେ ଏହି ସିଷ୍ଟମ୍ ସିଧାସଳଖ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଯାହାଫଳରେ ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବାର ସମ୍ଭାବନା ଅଧିକ ରହିଛି।
ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଯେତିକି ପାଖେଇବ, ଓଡ଼ିଶାରେ ବର୍ଷାର ପରିମାଣ ସେତିକି ବଢ଼ିବ। ଏହି ଲଘୁଚାପର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଥିବାରୁ, ଆଗାମୀ ଦିନରେ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ସହିତ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଆଗୁଆ ସତର୍କ କରାଯାଇଛି।

