ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ମାଡ଼ରେ ଡବଲ ଷ୍ଟ୍ରୋକ୍ । ପୁଣି ବଢ଼ିଲା CNG ଦର । ପେଟ୍ରୋଲ ଓ ଡିଜେଲ ପରେ ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଛି CNGର ମୂଲ୍ୟ । CNG ଦର ପ୍ରତି କିଲୋଗ୍ରାମ ପିଛା ଦୁଇଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ହିସାବରେ ଏଣିକି CNG ୮୩ ଟଙ୍କା ୯ ପଇସାକୁ ବଢ଼ିଛି । ଚତୁର୍ଥ ଥର ପାଇଁ ବୃଦ୍ଧି ପାଇଛି CNG ଦର । ଗତ ୧୨ ଦିନରେ କିଲୋଗ୍ରାମ ପିଛା ୬ ଟଙ୍କା ବଢ଼ିଛି CNG ଦର । ଗତ ୨୩ ତାରିଖରେ ଏକଟଙ୍କା ବଢ଼ିଥିଲା CNG ମୂଲ୍ୟ । ପେଟ୍ରୋଲ, ଡିଜେଲ ପରେ ଏବେ CNGର ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଉପରେ ବଡ଼ ବୋଝ ପଡ଼ିଛି । ଏହି ବର୍ଦ୍ଧିତ ଦର କମର୍ସିଆଲ ଗାଡ଼ି ଉପରେ ପଡ଼ିବ । ଫଳରେ ଭଡ଼ା ବୃଦ୍ଧି ହେବା ଆଶଂକା ସୃଷ୍ଟି ହୋଇଛି । ଏହାଦ୍ବାରା ନିଜର ରୋଜଗାର ଉପରେ ପ୍ରଭାବ ପଡ଼ିଥିବା କହିଛନ୍ତି ଦିଲ୍ଲୀର ଅଟୋ ଚାଳକ ।

