spot_img

Latest Posts

କୋଇଲା ପରିବହନ ପାଇଁ ଜିଲ୍ଲାପାଳଙ୍କ ଅନୁମତିପତ୍ର ପ୍ରଦାନ ; ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ନୈନୀ କୋଇଲା ଖଣିରୁ ବୁଢ଼ାପାଳ ପଞ୍ଚାୟତର ଏକାଧିକ ଗ୍ରାମ ଦେଇ କୋଇଲା ପରିବହନ ପାଇଁ ଜିଲ୍ଲାପାଳଙ୍କ ଅନୁମତିପତ୍ର ପ୍ରଦାନ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ବିଧାୟକଙ୍କ ନେତୃତ୍ୱରେ ରାସ୍ତା ଉପରେ ତିନି ଗ୍ରାମବାସୀଙ୍କ ରାତ୍ରିକାଳୀନ ଧାରଣା l ଛେଣ୍ଡିପଦା ନିକଟସ୍ଥ  ସିଂଗ୍ରାଣି କୋଲିଆରୀ କମ୍ପାନୀର ନୈନୀ କୋଲ ମାଇନ୍ସ ରୁ ନିକଟସ୍ଥ ଏନଟିପିସି ସମେତ ଅନ୍ୟାନ୍ୟ ଘରୋଇ ତାପଜ ବିଦ୍ୟୁତ କେନ୍ଦ୍ରକୁ କୋଇଲା ଯୋଗାଣ ହେଉଛି । ଦେବଗଡ଼ ଜିଲ୍ଲା ବୁଢାପାଳ ପଞ୍ଚାୟତ ଅନ୍ତର୍ଗତ ଏକାଧିକ ଗ୍ରାମ ମଧ୍ୟଦେଇ କୋଇଲା ପରିବହନ କୁ ବିରୋଧ କରୁଛନ୍ତି ଗ୍ରାମବାସୀ । ତେବ ପରିବହନ ପାଇଁ ଦେବଗଡ଼ ଜିଲ୍ଲାପାଳଙ୍କ ଅନୁମତିପତ୍ର ପ୍ରଦାନ ପରେ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଛି । ବିଧାୟକଙ୍କ ନେତୃତ୍ୱରେ ତିନି ଗ୍ରାମବାସୀଙ୍କ ପକ୍ଷରୁ ରାତିରେ ରାସ୍ତା ଉପରେ ଧାରଣା ଦେଇଛନ୍ତି l ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଅନ୍ୟ ପକ୍ଷରେ କମ୍ପାନୀ ପକ୍ଷରୁ ପ୍ରାୟ ୮୦ ହଜାର ମେଟ୍ରିକ ଟନ କୋଇଲା ଉତ୍ତୋଳନ ହେବାକୁ ଥିବା ବେଳେ ୫ ଲକ୍ଷ ମେଟ୍ରିକ ଟନ ପରିବହନ ପାଇଁ ପ୍ରସ୍ତୁତ ରହିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଫଳରେ ଗତ ମାର୍ଚ୍ଚ ପହିଲାରୁ ପରିବହନ ବନ୍ଦ ରହିଛି l ତେବେ ପରିବହନ ପାଇଁ ଜିଲ୍ଲାପାଳ ଅନୁମତି ଦେଇଥିବାରୁ ଗ୍ରାମର ଏକକ ରାସ୍ତା ଖରାପ ହେବା ସହ ଧୂଳି ଓ ଦୁର୍ଘଟଣା ଯୋଗୁଁ ଗ୍ରାମରେ ଧନଜୀବନ ହାନୀ ହେବାର ଗ୍ରାମବାସୀ ଆଶଙ୍କା ପ୍ରକାଶ କରି ଅନୁମତି ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସଡିପିଓ ରମେଶ ମାହାନାଙ୍କ ସହ କୁଣ୍ଢେଇଗୋଳା ଥାନା ପୁଲିସ ଆନ୍ଦୋଳନକାରିଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଛି l

Latest Posts

Don't Miss