spot_img

Latest Posts

ଆଜିଠୁ ଘର ଘର ବୁଲିବେ ବିଏଲଓ; ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ଆଜିଠାରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସଆଇଆର (SIR) ପ୍ରକ୍ରିୟା। ଭୋଟର ଲିଷ୍ଟ ବା ତାଲିକା ସଂଶୋଧନ ପାଇଁ ଏଣିକି ଘର ଘର ବୁଲିବେ ବୁଥ୍ ଲେବୁଲ ଅଫିସର (BLO)। ଏହି ପ୍ରକ୍ରିୟା ସମୟରେ ତାଲିକାରୁ ସମ୍ପୂର୍ଣ୍ଣ ରୂପେ ବାଦ ପଡିବେ ଅଣଭାରତୀୟ ନାଗରିକ। ଏସଆଇଆରରେ ଭୋଟରମାନେ ଚାହିଁଲେ ସେମାନଙ୍କର ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟିକୁ ବିଏଲଓଙ୍କ ଜରିଆରେ ସଂଶୋଧନ କରିପାରିବେ। ଏହାସହ ନୂଆ ଫଟୋ ମଧ୍ୟ ଦେଇପାରିବେ, ଯେଉଁଥିପାଇଁ ବିଏଲଓମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି।

ରାଜ୍ୟର ପ୍ରାୟ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ବିଏଲଓମାନେ ଏହି ଗଣନା କରିବେ। ଏଥିପାଇଁ ୪୫ ହଜାର ୨୫୫ ବ୍ଲକ ଲେବୁଲ ଅଫିସର ନିଯୁକ୍ତି ହୋଇଥିବା ବେଳେ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ଉପସ୍ଥିତ ରହିବେ। ପ୍ରତିଦିନ ଅପରାହ୍ନ ୩ ଟାରୁ ୫ ଟା ଯାଏ ବିଏଲଓମାନେ ବୁଥରେ ଉପସ୍ଥିତ ରହିବେ ଏବଂ ସକାଳ ସମୟରେ ଘର ଘର ବୁଲି ଗଣନା କରିବେ।

ବର୍ତ୍ତମାନ ସୁଦ୍ଧା ୯୪ ପ୍ରତିଶତ ଅର୍ଥାତ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଥିବା ବେଳେ ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି। ମ୍ୟାପଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ। ସବୁ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ। ଭୋଟର ତାଲିକା ସଂଶୋଧନ ପାଇଁ ଏହି ଏସଆଇଆର କରାଯାଉଛି। ଅଣ ଭାରତୀୟ ଓ ଅନ୍ୟ ଦେଶରେ ନାଗରିକତ୍ବ ନେଇଥିବା ବ୍ୟକ୍ତିଙ୍କ ନାଁକୁ ଭୋଟର ତାଲିକାରୁ ବାଦ ଦିଆଯିବ। ପୂରା ସ୍ବଚ୍ଛତାର ସହ ଏହି ପ୍ରକ୍ରିୟା କରାଯାଉଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ପ୍ରକ୍ରିୟାକୁ ନେଇ ବର୍ଷିଲେ ବିଜେଡି ନେତା

ଏହି ସମଗ୍ର ପ୍ରକ୍ରିୟାକୁ ନେଇ ଭାରତୀୟ ଜନତା ପାର୍ଟି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜୁ ଜନତା ଦଳ ନେତା ଅରୁଣ ସାହୁ। ସେ କହିଛନ୍ତି । ଭାରତୀୟ ଜନତା ପାର୍ଟି ସରକାରରେ ଯେତେ ପ୍ରକାର ଭୁଲ ଭଟକା କରି ନିଜ ସପକ୍ଷ ନେବା କଳା ତାଙ୍କୁ ବହୁତ ଭଲ ଭାବରେ ଜଣା ଅଛି। ସେହିଥିପାଇଁ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଏବଂ ବହୁ ସଂଖ୍ୟାରେ ବୁଥ୍ ଏଜେଣ୍ଟ ମଧ୍ୟ ନିଯୁକ୍ତି କରାଯାଇଛି।

ଆମେ ତନ୍ନତନ କରି ତାକୁ ପରୀକ୍ଷା ନିରୀକ୍ଷା କରିବୁ ଏବଂ ଜଗିବୁ ଯେ ଯେମିତି ଯେଉଁମାନେ ଜେନୁଇନ୍ ଭୋଟର୍ ସେମାନେ ଯେପରି ବାଦ ନ ପଡନ୍ତୁ। କିନ୍ତୁ ତାଙ୍କ ଦଳ ଯାହା କହୁଛି… ଏପରିକି ଜଣେ ବିଧାୟକ ମଧ୍ୟ ଯେଉଁଭଳି କହିଲେ ଯିଏ ବିଜେପିକୁ ଭୋଟ ଦେବନି ତାଙ୍କ ନାମ SIRରୁ କାଟିଦିଆଯିବ।

ଅର୍ଥାତ୍ ଏହା ତାଙ୍କ ସରକାରର ଗୋଟିଏ ସୁଚିନ୍ତିତ ଯୋଜନା, ଭାରତୀୟ ଜନତା ପାର୍ଟିର ଗୋଟିଏ ସୁଚିନ୍ତିତ ଷଡ଼ଯନ୍ତ୍ର। ତାଙ୍କୁ ଭୋଟ ନ ଦେଲେ ସେମାନଙ୍କର ନାଁ ଭୋଟ ଲିଷ୍ଟରେ ରହିବ ନାହିଁ।

ଅରୁଣ ସାହୁ ଆହୁରି ମଧ୍ୟ କହିଛନ୍ତି, ଏଭଳିଆ ଏକ ଜଘନ୍ୟ କଥା କହିବା ଏବଂ ମନୋବୃତ୍ତି ରଖିବା ଗୋଟିଏ ସୁସ୍ଥ ଗଣତନ୍ତ୍ରର ପରିଚୟ ନୁହେଁ।

Latest Posts

Don't Miss