spot_img

Latest Posts

କବିସୂର୍ଯ୍ୟନଗର ଘଟଣାରେ ବିଜେଡିର ଉଦବେଗ ; ଏହି ଘଟଣା ଓଡ଼ିଶାବାସୀଙ୍କୁ ବିବ୍ରତ କରିଛି

ଗଞ୍ଜାମ : କବିସୂର୍ଯ୍ୟନଗର ଥାନାରେ ପୋଲିସର ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପିଟି ପିଟି ମାରିବା ଘଟଣାର ଘୋର ନିନ୍ଦା କରିଛି ବିଜେଡି । ଏହି ଘଟଣା ଓଡ଼ିଶାବାସୀଙ୍କୁ ବିବ୍ରତ କରିଛି । ୭ ଦିନ ଧରି ହାଜତରେ ନିରନ୍ତର ଭାବେ ବର୍ବରତା କରିଥିଲା ପୋଲିସ । ଯେଉଁଥିରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । FIR ମେ ୨୧ ତାରିଖରେ କବିସୂର୍ଯ୍ୟନଗରରେ ହେଲା । ଏହା ପୂର୍ବରୁ ତିନୋଟି ଭିଡିଓ ଦେଖାଇଛି । ସୁଶାନ୍ତଙ୍କ ପତ୍ନୀ, ଭାଇ ଓ ବେଆଇନ ଖଣିର ଭିଡିଓ ଦେଖାଇ ବିଜେଡି ଅଭିଯୋଗ କରିଛି, ବେଆଇନ ଖଣି ପାଇଁ ଏହା ଆରମ୍ଭ ହୋଇଥିଲା । ଏହି ଖଣି ଦୁଇ କିଲୋମିଟର ଲମ୍ବା । ଏଥିରେ ସରକାରୀ ଦଳ MLA ଙ୍କ ନିର୍ଦ୍ଦେଶରେ ପୋଲିସ କଲେକ୍ସନ ଏଜେଣ୍ଟ ହୋଇଛି । ସେମାନେ ହିଁ ନେତାଙ୍କୁ ଏହି ଟଙ୍କା ପଠାନ୍ତି । ଏହାର ମୂଳ କାର୍ପଟଦାର ଯିଏ ପୋଲିସ ସହ ସାଲିସ କରିବାକୁ ଯାଇଥିଲେ । ସେମାନେ ଆସ୍କା ବିଧାୟକଙ୍କ ଘନିଷ୍ଠ । ବେଆଇନ ଖଣି ପାଇଁ କବିସୂର୍ଯ୍ୟନଗର IIC ମେ ୨୧ରେ FIR କଲେ । ମାଲିକ ଗିରଫ ହୋଇ ପାରୁନି ବୋଲି ବିନା FIRରେ ସୁଶାନ୍ତ ସାହୁଙ୍କୁ କବିସୂର୍ଯ୍ୟନଗର ଥାନାକୁ ୨୫ରେ ଅଣାଯାଇ ୩୧ ଯାଏଁ ନିର୍ଧୁମ ବାଡେଇଲେ । ତା ପରେ ଲଙ୍କାଗୁଣ୍ଡା ପକାଇ ଥାର୍ଡ ଡିଗ୍ରି ଦେଲେ । ୩୧ରେ ସୁଶାନ୍ତ ଗୁରୁତର ହେବା ପରେ ଭାଇକୁ ଡକାଇ ଘରକୁ ଛାଡି ଦେଇ ଧମକ ଦେଲେ । MKCG ଆସିବା ଆଗରୁ ସେ ମରି ଯାଇଥିଲେ । ଏ ଯାଏଁ ପୋଲିସ ବିରୋଧରେ FIR ହେଲାନି । ଲଙ୍କା ଗୁଣ୍ଡ ଓ ଗରମ ପାଣି ଆଣିଥିବା ଡ୍ରାଇଭରକୁ ବିଦା, ବାକିଙ୍କୁ ନିଲମ୍ବନ ଓ ବଦଳି ହେଲା ।

SDPO ସୁଜିତ ନାୟକଙ୍କ ବିରୋଧରେ FIR ହେଲାନି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ପୋଲିସ ଗୁଣ୍ଡା ହେଲେ FIR କିଏ କରିବେ ? ଅସ୍ମିତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଡିଜିପି, SP, IG ଅଣଓଡ଼ିଆ । ଡିଜିପି ଯୋଗ ଦେବା ପରଠାରୁ ଓଡ଼ିଶା ଅପରାଧରେ ଏକ ନମ୍ବର ରହିଲା । ଦୁଇ ବର୍ଷ ମୋହନ ସରକାର ପୂର୍ତ୍ତି କାର୍ଯ୍ୟକ୍ରମରେ ଲାଗିଛନ୍ତି । ହେଲେ ଓଡ଼ିଶାରେ ଅତ୍ୟାଚାର କଥା ଭୁଲି ଯାଇଛନ୍ତି । ଆଠଗଡ଼, ବୁଢାଆମ୍ବ ଲୋକ ଅଭିଯୋଗ କରୁଛନ୍ତି ଯେ ଥାନା ବାବୁ ଗୋଡ଼ାଇ ଗୋଡ଼ାଇ ବାଡ଼ଉଛନ୍ତି । ସବୁ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ପୋଲିସ । ଘାଟ, ପାହାଡ଼ ଦାୟିତ୍ୱ ନେଇଛନ୍ତି ପୋଲିସ । ବିଜେଡିର ଦାବି ହେଲା IIC, SDPO, SI, ASI, କନଷ୍ଟେବଳ, ଡ୍ରାଇଭର ଓ ହୋମଗାର୍ଡଙ୍କ ନାଁରେ ନିଜ ଆଡୁ FIR ରୁଜୁ କରୁ ପୋଲିସ । ସୁଶାନ୍ତ ସାହୁଙ୍କୁ ୭ ଦିନ କାହିଁକି ଥାନାରେ ଅଟକ ରଖିଲା ପୋଲିସ ? ଏ ଅଧିକାର ଦେଲା କିଏ ? ବିନା କେସରେ ମାରିଲ କେମିତି ?

ଗତ ୧୫ ଦିନରେ ୪ ହାଜତ ହତ୍ୟା ହେଲାଣି । ତେଣୁ ଡିଜିପି ବହିଷ୍କାର ହେବା ଦରକାର । ବିଜେଡି ସ୍ପଷ୍ଟ ଦାବି କରୁଛି, ଯେଉଁ IPS ଅଫିସର ଓ ଅନ୍ୟ ଅଧିକାରୀ ଏପରି କାଣ୍ଡ କରୁଛନ୍ତି ଓ ଆଗକୁ ଆହୁରି କରିବେ, ସେମାନେ ଆଉ ନିୟମିତ କି ସ୍ଥାୟୀ ହେବାର ଅଧିକାର ନାହିଁ । ଆଗାମୀ ୨୪ ଘଣ୍ଟା ଭିତରେ ତଦନ୍ତକାରୀ SP, IG ସମ୍ପୃକ୍ତ ପୋଲିସମାନଙ୍କ ବିରୋଧରେ FIR ହେଉ । ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ମିଳୁ ଓ ସର୍ବାଧିକ ସହାୟତା ମିଳୁ । ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ଏକା ଟିମ ଆଜି ସୁଶାନ୍ତଙ୍କ ପରିବାରକୁ ଭେଟି ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଜଣାଇ ଦେବ ।

Latest Posts

Don't Miss