spot_img

Latest Posts

ପଥର ଗଦାରୁ ନାଗ ସହ ଅଣ୍ଡା ଉଦ୍ଧାର ; ୧୬ ଟି ଅଫୁଟା ଅଣ୍ଡା ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଅର୍ଜୁନସିଂହପୁର ଗାଁର ନରହରି ବିଶ୍ୱାଳଙ୍କ ବାଡ଼ିରେ ଦୀର୍ଘ ୧୦ ବର୍ଷ ଧରି ଗଦା ହୋଇ ରହିଥିବା ପଥରକୁ ଘର କାମ ପାଇଁ କାଢ଼ୁଥିବା ବେଳେ ହଠାତ୍ ଏକ ନାଗ ସାପ ନଜରକୁ ଆସିଥିଲା । ଶ୍ରମିକଙ୍କ ଉପସ୍ଥିତି ଦେଖି ସାପଟି ପଥର ଗଦା ଭିତରେ ଲୁଚି ଯାଇଥିଲା । ପରେ ପଥର ହଟାଇବା ସମୟରେ ମିଳିଥିଲା ଅନେକ ସାପ ଅଣ୍ଡା । ନାଗ ସାପ ଅଣ୍ଡା ଦେଇଥିବା ସନ୍ଦେହରେ ଶ୍ରମିକମାନେ କାମ ବନ୍ଦ କରି ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସାପ ଉଦ୍ଧାରକାରୀ ସୁଶାନ୍ତ ସାପଟିକୁ ଉଦ୍ଧାର କରିବା ସହ ଅଣ୍ଡାଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ସାପଟିକୁ ଗାଁଠାରୁ ଦୂରରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଗତକାଲି ସେହି ସ୍ଥାନରୁ ୧୬ ଟି ଅଫୁଟା ଅଣ୍ଡା ଉଦ୍ଧାର କରି ନିଆଯାଇ ଥିବା ବେଳେ କୃତ୍ରିମ ଉପାୟରେ ଅଣ୍ଡା ଫୁଟିବା ପାଇଁ ବ୍ୟବସ୍ଥା କରାଯାଇଛି ଓ ନାଗ ସାପକୁ ଗ୍ରାମ ଦୂରରେ ଛାଡ଼ି ଦିଆଯାଇଛି। ଗତ ବର୍ଷ ମଧ୍ୟ ସମାନ ସ୍ଥାନରେ ସାପ ଅଣ୍ଡା ଦେଇ ୧୪ ଟି ଛୁଆ ଫୁଟିଥିବା ପାଖରେ ଥିବା ପୁରୁଣା ଖୋଳପାରୁ ଜଣା ପଡ଼ିଛି । ଉକ୍ତ ସ୍ଥାନ ଟିକୁ ନାଗ ତାର ସୁରକ୍ଷିତ ସ୍ଥାନ ଭାବେ ବାଛିଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା କହିଛନ୍ତି । ଅନ୍ୟପଟେ ଏହି ସମୟ ରେ ସାପ ଅଣ୍ଡା ଫୁଟିବା ସମୟ ହୋଇ ଥିବାରୁ ନିଜ ବାଡି ବଗିଚାକୁ ସଫା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।

Latest Posts

Don't Miss