ନନ୍ଦିଘୋଷ ବ୍ୟୁରୋ : ଶାଶୁ ଜ୍ୱାଇଁ ଚଳାଉଥିଲେ ବ୍ରାଉନସୁଗାର ବ୍ୟବସାୟୀ। ମାଡି ବସିଲା ପୋଲିସ । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ନନ୍ଦିପଦା ପୋଲିସ ଚଢ଼ାଉ କରି ୧୧.୪୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେମାନଙ୍କ ଠାରୁ ଗୋଟେ ବାଇକ, ଗୋଟେ ମୋବାଇଲ ଜବତ କରାଯାଇଛି। ଏହି କାରବାରରେ ମୁଖ୍ୟ ଅଭିଯୁକ୍ତ ଶାଶୁ ନିନିଲତା ଓ ଜ୍ୱାଇଁ ରାଜୁ ମୁଖି ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି।

