spot_img

Latest Posts

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମହା ଘୋଟାଲା ; ଗରିବଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମହା ଘୋଟାଲା। ଗରିବଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର। ଫଳରେ ଶୋଷଣର ଶିକାର ହେଉଛନ୍ତି ହିତାଧିକାରୀ। ଯୋଜନାରେ ୩  ମାସର ଚାଉଳ ଯୋଗାଇ ଦେଉଛନ୍ତି ସରକାର । ମାତ୍ର ହିତାଧିକାରୀଙ୍କ ଖାତାରେ ୩ ମାସର ଚାଉଳ ଲେଖାଯାଇ ୨ ମାସର ଚାଉଳ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ମହାଘୋଟାଲା । ଗରିବଙ୍କ ଚାଉଳ ହଡପ କରୁଛନ୍ତି ରିଟେଲର । ଅଭିଯୋଗ କଲେ ମିଳୁଛି ଧମକ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଶୋଷଣର ଶିକାର ହିତାଧିକାରୀ। ଯୋଜନାର ଲୋକାର୍ପଣ ପରେ ଏକା ସାଙ୍ଗରେ ଏପ୍ରିଲ , ମେ ଓ ଜୁନ ତିନି ମାସର ଚାଉଳ ଦିଆଯାଉଛି । ମୁଣ୍ଡପିଛା ୫ କେଜି ସହିତ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଦିଆ ଯାଉଛି।  ମାତ୍ର ଈଶ୍ଵରପୁର ପଂଚାୟତ ବଳଭଦ୍ରପୁର ଓ ଜୁନୁସନଗର ଗାଁରେ  ହିତାଧିକାରୀଙ୍କ ଚାଉଳ ଲୁଟ କରାଯାଉଥିବାର ଅଭିଯୋଗ ହୋଇଛି। ରିଟେଲର ତିନିମାସର ଚାଉଳ ଖାତାରେ ପକାଇ ଦୁଇ ମାସର ଚାଉଳ ଦେଉଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ହିତାଧିକାରୀ।

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନାରେ ପ୍ରଥମ ଦଫାରେ ୬୦ ପ୍ରତିଶତ ଚାଉଳ ରିଟେଲରଙ୍କୁ ଯୋଗାଇ ଦିଆଯାଇଛି । ଚଳିତ ମାସ ୧୮ ତାରିଖ ଠାରୁ ରିଟେଲର ଏହି ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି । ରିଟେଲରଙ୍କ ଅଧୀନରେ ଥିବା ୭୫୬ ରୁ ଉର୍ଦ୍ଧ  ହିତାଧିକାରୀ ଏହି ଠକେଇର ଶିକାର ହୋଇଛନ୍ତି ।  ସେପଟେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ସରକାର ଗରିବ ଲୋକମାନଙ୍କ ପାଇଁ ଚାଉଳ ଯୋଗାଇ ଦେଉଥିବା ବେଳେ ଏହାକୁ ହଡ଼ପ କରୁଥିବା ଦଲାଲଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Latest Posts

Don't Miss