ନନ୍ଦିଘୋଷ ବ୍ୟୁରୋ : ମୌସୁମୀ ଖେଳୁଛି ଲୁଚକାଳି। ବର୍ଷାକୁ ଚାତକ ପରି ଚାହିଁବସିଛି ଚଷାପୁଅ । ବର୍ଷକର ଚାଷକୁ ନେଇ ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଚାଷୀ। ଗୋଲାମୁଣ୍ଡା, ଧର୍ମଗଡ ବ୍ଲକର ଦଣ୍ଡପାଟ ଅଞ୍ଚଳ ଓ କୋକସରା ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପ୍ରାୟ ୫୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ଜଳସେଚନ ସୁବିଧା ନ ଥିବାରୁ ଏଠାକାର ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଆଷାଢ଼ ମାସରେ ମୁଷଳ ଧାରାରେ ବର୍ଷା ହେବା କଥା, କିନ୍ତୁ ଏଯାଏଁ ବର୍ଷାର ଦେଖାନାହିଁ। ଫଳରେ ଚାଷକାମ ଆଗେଇ ପାରୁ ନ ଥିବାରୁ ଚିନ୍ତାରେ ଚାଷୀକୁଳ ।
ସାଧାରଣତଃ ଆଷାଢ଼ ମାସ ବା ଜୁନ ଶେଷ ଆଡ଼କୁ ଚାଷୀ ଧାନ ବୁଣାବୁଣି ସାଙ୍ଗକୁ ତଳି ପକାଇ ରୁଆ ବେଉଷଣ ପାଇଁ ପ୍ରସ୍ତୁତ ହୋଇଥାଏ । ହେଲେ ଚଳିତ ବର୍ଷ ଧାନ ବୁଣାବୁଣି ତ ଦୂରର କଥା ଚାଷୀ ନିଜ ଜମିକୁ ବି ପ୍ରସ୍ତୁତ କରିପାରୁନାହିଁ l ମୌସୁମୀର ଲୁଚକାଳି ଯୋଗୁଁ ଆଶା ଆଶଙ୍କାରେ ଚାଷୀର ବର୍ଷକର ଚାଷ l କେବେ ବର୍ଷା ହେବ ଓ ଚାଷୀ ଚାଷ କାମ ଆଗେଇବ ତାକୁ ଅପେକ୍ଷ ।

