spot_img

Latest Posts

ବୈତରଣୀ ପ୍ରଥମ ବନ୍ୟାରେ ୩ଶହ ଫୁଟ ଦଵିଲା କୁଆଖିଆ -ଆଖଣ୍ଡଳମଣି ଜାତୀୟ ରାଜପଥ

ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଗତ ୫ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ବୈତରଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀକୂଳରେ ଥିବା  ଆରଡି ନିକଟ  ମୁଁଆ ସମେତ ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରା ପାଟଣା, ସୁନ୍ଦରପୁର ଆଦି ଗାଁର ଲୋକ ଆତଙ୍କିତ ହୋଇପଡିଛନ୍ତି।  ବୈତରଣୀ ନଦୀରେ ଆସିଥିଵା ପ୍ରଥମ ବନ୍ୟାରେ ବୋଡକ ନିକଟରେ କୁଆଖିଆ- ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ପୁଣି ୩ଶହ ଫୁଟ ଲମ୍ବର ରାସ୍ତା ଦବି ଯିବା ସହ ନଦୀ ଆଡ଼କୁ ଢଳି ରହିଛି। ଷାଠିଵାଙ୍କୁଡା ନିକଟରେ ପୁଣି ଶହେ ଫୁଟ ଧସିଲା ନଦୀବନ୍ଧ। ଦୁର୍ବଳ ନଦୀବନ୍ଧକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ । ଆଗକୁ ଯଦି ବୈତରଣୀରେ ବନ୍ୟାପାଣି ଵୃଦ୍ଧି ପାଏ ତାହାଲେ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।

Latest Posts

Don't Miss