ନନ୍ଦିଘୋଷ ବ୍ୟୁରୋ : ଲଗାଣ ବର୍ଷାରେ ଉବୁଟୁବୁ ଝାରସୁଗୁଡ଼ା ଜିଲ୍ଲା l ଉଛୁଳୁଛି ଲଖନପୁର ବ୍ଲକ ସ୍ଥିତ କୋଇଲିଘୁଘର ଜଳପ୍ରପାତ l ଜଳପ୍ରପାତ ନିକଟରେ ଥିବା ଶିବ ମନ୍ଦିର ଭିତରେ ଦେଇ ପ୍ରବାହିତ ହେଉଛି ବର୍ଷା ପାଣି l ମନ୍ଦିରରେ ତିନି ଫୁଟର ପାଣି ଚାଲିଛି l ବର୍ଷା ପାଣି ଦେଖି ଭୟଭୀତ ସ୍ଥାନୀୟ ଲୋକେ l କୋଇଲିଘୁଘର ଜଳ ପ୍ରପାତ ଦେଇ ଏହି ବର୍ଷା ପାଣି ଅହିଡା ନାଲା ଦେଇ ହୀରାକୁଦ ରିଜର୍ଭରକୁ ପ୍ରବେଶ କରେ l ତେଣୁ ଲଗାତାର ବର୍ଷା ହେବାସହ ଯଦି ଜଳ ପ୍ରପାତ ଉଗ୍ର ହୁଏ ତେବେ ଅହିଡା ନାଲା ନିକଟରେ ଥିବା ଛୁଇଁଖାଁଚ, ଦେବଦର, ତେଲେନ, କୁରେମାଲ, ସମରବଗା, କୁଡାବଗା ଆଦି ଗାଁ ଏବଂ ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ରହିଛି l

