spot_img

Latest Posts

ଭୁଲ୍ ଚିକିତ୍ସା ଯୋଗୁଁ ଚାଲିଗଲା ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମର୍ଜେନ୍ସି ବିଭାଗରେ ଚିକିତ୍ସା ହେଉଥିବାବେଳେ ଘଟିଛି ଅଘଟଣ । ମୃତକ ହେଲେ ପାଣିସିଆଲି ଗାଁ ର ପ୍ରଶାନ୍ତ ତ୍ରିପାଠୀ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତ ରାତିରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦାୟିତ୍ୱରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା କରି ସୁଗର୍ କମ ଥିବା କହିବା ସହିତ ଗ୍ଲୁକୋଜ ଚଢ଼ାଇ ଥିଲେ । ପରେ ସେ ସୁସ୍ଥ ଅନୁଭବ କରି ଘରକୁ ଯିବା ପାଇଁ କହିଥିଲେ । ହେଲେ ଡାକ୍ତର ତାଙ୍କୁ ପୁଣି ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଛି । ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୋଲିସ ଡାକ୍ତରଖାନାକୁ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି ।

Latest Posts

Don't Miss