spot_img

Latest Posts

ହାତୀର ଭୟ,ଅଙ୍ଗନବାଡ଼ି ଆସୁନାହାଁନ୍ତି ପିଲା

ଗୋଟେ ପଟେ ଜଙ୍ଗଲ କ୍ଷୟ। ଅନ୍ୟପଟେ ଗାଁ ମୁହାଁ ଜଙ୍ଗଲୀ ହାତୀ । ହାତୀ ଭୟରେ ସଙ୍କଟରେ ପଡ଼ିଛି ଛୋଟ ଛୋଟ ଶିଶୁଙ୍କ ଜୀବନ। ହାତୀ ଆତଙ୍କ ଯୋଗୁଁ ଅଙ୍ଗନବାଡ଼ି ଯାଉନାହାନ୍ତି ୬୦ରୁ ଅଧିକ ଶିଶୁ। ଫଳରେ ଠପ୍ ହୋଇଛି ଶିଶୁ ଶିକ୍ଷା ଓ ପୋଷଣ।ହାତୀ ପାଇଁ ପାଠପଢ଼ା ଠପ୍ । ସୁନ୍ଦରଗଡ଼ କୋଇଡା ବ୍ଲକ ତେନ୍ତୁଳିଡିହି ଗାଁରେ ହାତୀ ଆତଙ୍କ। ଗାଁଠାରୁ ୨ କିମି ଦୂର ଜଙ୍ଗଲ ଓ ହାତୀ ଚଲାପଥରେ ରହିଛି ଅଙ୍ଗନବାଡ଼ି କେନ୍ଦ୍ର। ହାତୀ ଆତଙ୍କରେ ଠପ୍ ଶିଶୁ ଶିକ୍ଷା ଓ ପୋଷଣ। ଭୟରେ ଅଙ୍ଗନବାଡ଼ି ଯାଉନାହାନ୍ତି ୬୦ରୁ ଅଧିକ ଶିଶୁ। ତେଣୁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହି ରାସ୍ତାଟି ସମ୍ପୂର୍ଣ୍ଣ ଜଙ୍ଗଲ ଘେରା ହୋଇଥିବା ବେଳେ ହାତୀଙ୍କର ଏହା ନିୟମିତ ଚଲାପଥ। ପିଲାଙ୍କୁ ହାତୀ ଆକ୍ରମଣ କଲେ କିମ୍ବା ଦୁର୍ଘଟଣା ଘଟିଲେ ଦାୟୀ କିଏ ହେବ ବୋଲି ପ୍ରଶ୍ନ ଉଠିଛି। ଜୀବନ ପ୍ରତି ବିପଦ ଥିବାରୁ ପିଲାଙ୍କୁ ଅଙ୍ଗନବାଡ଼ି ଛାଡୁନାହାନ୍ତି ଗ୍ରାମବାସୀ।ଅଙ୍ଗନବାଡ଼ି ଯାଇପାରୁନଥିବାରୁ ପିଲାମାନେ ସରକାରୀ ଯୋଜନାରେ ମିଳୁଥିବା ଛତୁଆ, ଲଡ଼ୁ କିମ୍ବା ରନ୍ଧା ପୃଷ୍ଟିକର ଖାଦ୍ୟରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ପୋଷଣ ଅଭାବରୁ ଏବେ ଗାଁର ଅନେକ ଶିଶୁ ଅସୁସ୍ଥ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେଣୁ ଗାଁରେ ତୁରନ୍ତ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଦାବି ହୋଇଛି। ସେପଟେ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଁରେ ଖୁବଶୀଘ୍ର ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ ବୋଲି କୋଇଡା ସିଡିପିଓ କହିଛନ୍ତି।ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗାଁ ମଧ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବେ ନା ଶିଶୁମାନେ ଏମିତି ଅପୋଷଣର ଶିକାର ହେଉଥିବେ, ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss