spot_img

Latest Posts

ଚିନ୍ତା ବଢ଼ାଇଲା ଲଗାଣ ବର୍ଷା, ୭୮ ହଜାରରୁ ଅଧିକ ଲୋକ ପ୍ରଭାବିତ

ଚିନ୍ତା ବଢ଼ାଇଲା ଲଗାଣ ବର୍ଷା । ଲଘୁଚାପ ବର୍ଷା ପୁଣି ରାଜ୍ୟରେ ଆଣିଲା ଦ୍ବିତୀୟ ବନ୍ୟା । ଏଥିରେ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲା । ଜଳକା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିବାରୁ ଅନେକ ଗାଁରେ ପଶିଛି ପାଣି । ୪୧ ପଞ୍ଚାୟତର ୭୮ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅଞ୍ଚଳରେ ଅଗ୍ନିଶମ, ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି । ସେପଟେ କୃତିମ ବନ୍ୟା ପରିସ୍ଥିତି ଯୋଗୁଁ ରାଉରକେଲାରେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ପୁଣି ଡରାଇଲା ବୁଢ଼ାବଳଙ୍ଗ, ଜଳକା । ଲଘୁଚାପ ଲଗାଣ ବର୍ଷା ଆଣିଲା ଦ୍ବିତୀୟ ବନ୍ୟା । ପୁଣି ଜଳ ପ୍ଲାବନ ହେଲା ବାଲେଶ୍ବର । ବର୍ଷା ପାଇଁ ଜିଲ୍ଲାର ୪୧ ପଞ୍ଚାୟତର ୭୮ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ସଦରର ଉଲୁଣ୍ଡା, ସିନ୍ଧିଆ, ବୁଆଁଳ, ଗୋପୀନାଥପୁର ଓ ପରଖି ପଞ୍ଚାୟତର ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ୬ ହଜାର ୨୦୧ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ୨ଟି NDRF ଓ ୨ଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଛି । ବନ୍ୟା ପୀଡ଼ିତଙ୍କ ପାଇଁ ୧୬ଟି ମାଗଣା ରୋଷେଇ କେନ୍ଦ୍ର ଖୋଲାଯାଇଛି । ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୯ଟି ଭେଟେରିନାରୀ ଟିମ୍ ନିୟୋଜିତ ଅଛନ୍ତି । ବର୍ଷା ଛାଡିଲେ ବି ୪ ଦିନ ଜଳବନ୍ଦୀ ସମସ୍ୟା ଲାଗିରହିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ବନ୍ୟାଦ୍ବାରା ବାଲେଶ୍ୱର, ଧାମନଗର, ତିହିଡି, ଦଶରଥପୁର ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଛନ୍ତି  । ଲଗାଣ ବର୍ଷା ଯୋଗୁଁ ରାଉରକେଲାରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଏଥିରେ ହଜାର ହଜାର ପରିବାର କ୍ଷତିଗ୍ରତ ହୋଇଥିବା ଅଭିଯୋଗ ହୋଇଛି । ଇସ୍ପାତ କାରଖାନା, ରେଲୱେ ଓ ରାଉରକେଲା ମହାନଗର ନିଗମ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ । ବର୍ଷାଜଳ ନିଷ୍କାସନ ହୋଇ ନପାରିବାରୁ ଶତାଧିକ ବସ୍ତି ବାସିନ୍ଦା ଦୀର୍ଘ ସମୟଧରି ଜଳବନ୍ଦୀ ଜୀବନ ବିତାଇଛନ୍ତି । ଘଟଣାକୁ ନେଇ ଗତକାଲି ଦୁଃଖ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି ବୋଲି କହିଥିଲେ ନବୀନ । ପୂର୍ବରୁ ବନ୍ୟା ପାଇଁ ଅନେକ ଲୋକ ଅଣ୍ଟା ସଳଖି ନଥିବାବେଳେ ଏବେ ପୁଣି ଲଗାଣ ବର୍ଷା ଆଣିଲା ବିପଦ ।

Latest Posts

Don't Miss