spot_img

Latest Posts

ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଶ୍ଚିମବଙ୍ଗ; ପଶ୍ଚିମବଙ୍ଗରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବୀରଭୂମ ଜିଲ୍ଲା ରାମପୁରହାଟରେ ଥିବା ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରୁ ୫ ଥରର ବିଧାୟକ ଆଶିଷ ବାନାର୍ଜୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଖବର ପାଇ ରାମପୁରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିତଦନ୍ତ ଜାରି ରଖିଛି। ୨୦୦୧ରୁ ସେ ଲଗାତାର ୨୫ ବର୍ଷ ଧରି ଜିତି ଆସୁଥିଲେ। ତେବେ ଗତ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଧ୍ରୁବ ଶାହାଙ୍କଠାରୁ ପରାସ୍ତ ହୋଇଥିଲେ। ବଡ଼କଥା ହେଉଛି ସ୍ବାଧୀନତା ଦିବସ ପାଳନ କରିବା ପରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି। ସେଥିରେ ସେ ତାଙ୍କ ଜୀବନକାଳ ମଧ୍ୟରେ କୌଣସି ଦୁର୍ନୀତିରେ ଲିପ୍ତ ନଥିବା ଦର୍ଶାଇଛନ୍ତି। ତାରାପୀଠ ରାମପୁରହାଟ ବିକାଶ ଅଥରିଟି ବା ଟିଆରଡିଏର ସେ ଅଧ୍ୟକ୍ଷ ଥିବାବେଳେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା। ତେବେ ସେ ଏହାକୁ ଖଣ୍ଡନ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା କିପରି ଘଟିଲା ଏବଂ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଆଶିଷ ବାନାର୍ଜୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ ଚଳାଇଛି ପୋଲିସ।

Latest Posts

Don't Miss