spot_img

Latest Posts

ପାରିବାରିକ କଳହରୁ ବାପାଙ୍କୁ ଛୁରାମାଡ଼: ପୋଲିସକୁ ବି ଆକ୍ରମଣ, ୩ କର୍ମଚାରୀ ଆହତ

ନନ୍ଦିଘୋଷ ବ୍ୟୁରୋ; ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁରରେ ଅଘଟଣ। ପାରିବାରିକ କଳହରୁ ବାପାଙ୍କୁ ଛୁରାମାଡ଼ କଲା ପୁଅ। ଏନେଇ ପୁଅ ବିଚିତ୍ର ରଥଙ୍କ ନାଁରେ ଗୋପ ଥାନାରେ ଅଭିଯୋଗ କରିଛନ୍ତି ବାପା ରାମଚନ୍ଦ୍ର ରଥ। ଅଭିଯୋଗ ପରେ ଘଟଣାସ୍ଥଳକୁ ଯାଇଥିବା କନେଷ୍ଟବଳ ଚୁତେଶ୍ୱର ନାୟକଙ୍କୁ ମଧ୍ୟ ବିଚିତ୍ର ଆକ୍ରମଣ କରିଥିଲା। ରାମଚନ୍ଦ୍ର ରଥ ଓ କନେଷ୍ଟବଳ ଚୁତେଶ୍ୱର ନାୟକ ଉଭୟେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଯୁବକଙ୍କୁ କାବୁ କରିବାକୁ ଯାଇଥିବା ଗୋପ ଥାନାର ଦୁଇ ଏଏସ୍‌ଆଇ ରବୀନ୍ଦ୍ର ସାମନ୍ତରାୟ ଓ ଶିବରାମ ଶତପଥୀ ମଧ୍ୟ ଯୁବକଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି। ଉଭୟଙ୍କୁ ଆହତ ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏପଟେ ଯୁବକ ଜଣକ ଏକ ବନ୍ଦ କୋଠରୀରେ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନୟାନ୍ତ ହୋଇଛନ୍ତି। ତେବେ ଯୁବକ ଜଣକ ମାନସିକ ଭାବେ ଅସୁସ୍ଥ ଥିବା ଜଣାପଡ଼ିଛି।

Latest Posts

Don't Miss