ନନ୍ଦିଘୋଷ ବ୍ୟୁରୋ; ବିଶ୍ୱକପ୍ ହକିରେ ଭାରତୀୟ ମହିଳା ଦଳର ଜବରଦସ୍ତ ପ୍ରଦର୍ଶନ । ଭାରତୀୟ ମହିଳା ଦଳ ତାର ଦ୍ୱିତୀୟ ଲିଗ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬-୧ ଗୋଲରେ ପରାସ୍ତ କରିଛି। ଭାରତ ଆରମ୍ଭରୁ ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା, ହାଫ୍ ଟାଇମ୍ ସୁଦ୍ଧା ୫-୦ର ଏକ ବିଶାଳ ଅଗ୍ରଣୀ ସ୍ଥାପନ କରିଥିଲା । ଶେଷରେ ୬-୧ ଗୋଲରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିଜୟ ହାସଲ କରିଛି । ୧୧ତମ ମିନିଟରେ ଭାରତ ପାଇଁ ଓଡ଼ିଆ ଖେଳାଳି ସୁନେଲିତା ଟପ୍ପୋ ପ୍ରଥମ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟ କ୍ୱାର୍ଟରର ପ୍ରାରମ୍ଭରେ ନବନୀତ କୌର ପେନାଲ୍ଟି କର୍ଣ୍ଣରରୁ ଦ୍ୱିତୀୟ ଗୋଲ୍ କରିଥିଲେ । ସୁଶୀଳା ଚାନୁ ପୁଖରାମବାମ, ଦୀପିକା, ଲାଲରେମସିଆମି ଏବଂ ସାକ୍ଷୀ ରାଣା ବାକି ଗୋଲ ଯୋଡ଼ି ଖେଳ ଶେଷ କରିଥିଲେ । ମହିଳା ଦଳ ତାର ପରବର୍ତ୍ତୀ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଆସନ୍ତା ୨୦ ତାରିଖରେ ରେ ଖେଳିବ । ସେପଟେ ପୁରୁଷ ହକିରେ ଆଜି ଭାରତ-ପାକିସ୍ତାନ ଟକ୍କର ରହିଛି।

