spot_img

Latest Posts

ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ ଆତଙ୍କ: ୧୫ ଦିନ ପାଇଁ ସ୍କୁଲ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମୁଗମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଚିନ୍ତା ବଢ଼ିଛି। ଗତ ସପ୍ତାହେ ହେଲା ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ଜଣ୍ଡିସ ଚିହ୍ନଟ ହୋଇଥିଲା। ପରେ ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଏହି ରୋଗ ବ୍ୟାପିଥିବା ଜଣାପଡ଼ିଛି। ଦୂଷିତ ପାଣି କିମ୍ବା ବାସି ଖାଦ୍ୟ ଯୋଗୁଁ ଜଣ୍ଡିସ ବ୍ୟାପିଥିବା ନେଇ ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଖବର ପାଇ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଛି। ବିଦ୍ୟାଳୟର ବିଭିନ୍ନ ପାଣି ଟାଙ୍କି ଓ ଜଳର ନମୁନା ସଂଗ୍ରହ କରାଯାଇ ଲାବୋରେଟୋରୀକୁ ପଠାଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ହଷ୍ଟେଲକୁ ୧୫ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ଘରକୁ ନେଇଯାଇଛନ୍ତି। ତେବେ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ କିଛି ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ବିଦ୍ୟାଳୟକୁ ଆସୁଛନ୍ତି।

Latest Posts

Don't Miss