spot_img

Latest Posts

ପୁଣି ଆଉ ଏକ ଲଘୁଚାପ ।

ନନ୍ଦିଘୋଷ ବ୍ୟୁରୋ:ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ । ୬ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଓ ୨୪ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ,ସୋନପୁର ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବାବେଳେ ଏଠାରେ  ୧୨ ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ବର୍ଷା ହେବା ନେଇ ଆକଳନ କରାଯାଇଛି l

ସେହିପରି ଅବଶିଷ୍ଟ ୨୪ ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର l  ଏହି ଜିଲ୍ଲା ରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି  l ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା  l  ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ଅତିକ୍ରମ କରିବାର ସମ୍ଭାବନା ରହିଛି  l ଏହାର ପ୍ରଭାବ ରେ ଆଜିଠାରୁ ରାଜ୍ୟରେ ବଢିବ ବର୍ଷା  l ୨୮ ଯାଏ ବର୍ଷା ରୁ ନିସ୍ତାର ମିଳିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର l

ସେପଟେ ପଶ୍ଚିମବଙ୍ଗ, ବାଂଲାଦେଶ ସଂଲଗ୍ନ ଅଂଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ଲଘୁଚାପ ରୂପ ନେବା ପରେ ଏବେ ଉତ୍ତର,ଉପକୂଳ,ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଜାରି ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Latest Posts

Don't Miss