spot_img

Latest Posts

ନେପାଳ ଫ୍ଲାସ୍ ଫ୍ଲଡ୍ ପରେ ଭାରତରେ ସତର୍କତା, ବିହାର-ୟୁପିରେ NDRF ମୁତୟନ

ନନ୍ଦିଘୋଷ ବ୍ୟୁରୋ : ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଭାରତରେ ମଧ୍ୟ ସତର୍କତା ବଢ଼ାଯାଇଛି। ତିବ୍ବତ-ନେପାଳ ସୀମାରେ ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା GLOF ଯୋଗୁଁ ଭୋଟେକୋଶି ନଦୀରେ ହଠାତ୍ ବନ୍ୟା ଆସିଥିବା ବେଳେ, ଏହାର ପ୍ରଭାବ ଗଣ୍ଡକ ନଦୀ ବେସିନ୍‌ରେ ପଡ଼ିବା ଆଶଙ୍କା ରହିଛି। ବିହାରର ପଶ୍ଚିମ ଚମ୍ପାରଣ ଓ ମୁଜାଫରପୁର ସମେତ ଉତ୍ତରପ୍ରଦେଶର କୁଶୀନଗର ଅଞ୍ଚଳକୁ ନଜରରେ ରଖାଯାଇଛି। ବିହାରରେ ୯ଟି ଏବଂ ଉତ୍ତରପ୍ରଦେଶରେ ୧୧ଟି NDRF ଟିମ୍ ମୁତୟନ ରହିଛି। ଦେବଦହ ଓ ବାଲ୍ମୀକି ବ୍ୟାରେଜ୍‌ର ଜଳସ୍ତର ନିରନ୍ତର ମନିଟରିଂ କରାଯାଉଛି। ଏପଟେ ନେପାଳରେ ଫସିଥିବା ଭାରତୀୟଙ୍କ ସହାୟତା ପାଇଁ ଭାରତୀୟ ବାୟୁସେନା C-17, C-130J ଓ C-295 ବିମାନକୁ ପ୍ରସ୍ତୁତ ରଖିଛି। ସୂତ୍ର ଅନୁସାରେ, C-130J ବିମାନ ରିଲିଫ୍ ସାମଗ୍ରୀ ନେଇ ନେପାଳ ଯାଇପାରେ। ଉତ୍ତରପ୍ରଦେଶ ସରକାର ମଧ୍ୟ ନେପାଳରେ ଫସିଥିବା ରାଜ୍ୟର ନାଗରିକଙ୍କ ପରିବାରକୁ ୧୦୭୦ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବାକୁ କହିଛନ୍ତି।

Latest Posts

Don't Miss