ନନ୍ଦିଘୋଷ ବ୍ୟୁରୋ : ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶିଖର ହାଟ ପୋଲ ଉପରେ ସ୍କୁଟି ଥୋଇ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ଯୁବକ ଜଣକ ତିହୁଡ଼ା ଗାଁର ୨୦ ବର୍ଷୀୟ ଶୈଳେଶ ପାଢ଼ୀ ବୋଲି ଜଣାପଡ଼ିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ତେବେ ଯୁବକ ଜଣଙ୍କ କାହିଁକି ନଦୀକୁ ଡେଇଁପଡ଼ିଲେ ? କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

