ନନ୍ଦିଘୋଷ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ । ପ୍ରବଳ ବର୍ଷା ନେଇ ସାରା ରାଜ୍ୟ କୁ ଆଲର୍ଟ। ପ୍ରଭାବ ରେ ଆସନ୍ତା ସେପ୍ଟେମ୍ବର ୩ ଯାଏ ବର୍ଷା ଜାରି ରହିବ l ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୦ ଜିଲ୍ଲା କୁ ଅରେଞ୍ଜ ଓ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆସନ୍ତା ୨୪ଘଣ୍ଟା ରେ ଅତି ପ୍ରବଳ ରୁ ଭୀଷଣ ବର୍ଷା ନେଇ ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି l ଏହି ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି l ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ , ଦେବଗଡ, ସମ୍ବଲପୁର,ଝାରସୁଗୁଡ଼ା , ସୋନପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଜାରି ହୋଇଛି l
ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି l ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲା ରାଜଘାଟ ରେ ସର୍ବାଧିକ ୧୫୬.୨ ମିଲି ମିଟର ବର୍ଷା ରେକର୍ଡ ହୋଇଛି…।

