spot_img

Latest Posts

କନ୍ଦାଉଛି ଦରଦାମ୍, ହାଣ୍ଡିଶାଳରେ ମହଙ୍ଗାମାଡ଼

ନନ୍ଦିଘୋଷ ବ୍ୟୁରୋ :  ଉପରମୁହାଁ ଦରଦାମ୍ । ମହଙ୍ଗା ମାଡ଼ରେ କଲବଲ ଖାଉଟି । ଚିନି, ତେଲ, ଡାଲି, ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢିଥିବା ବେଳେ ଏବେ ପନିପରିବା ଦର ଆକାଶଛୁଆଁ ରହିଛି । ବଜାରକୁ ୫ ଶହ ଟଙ୍କା ଧରି ଗଲେ ବି ବ୍ୟାଗ ଭରୁନି । ପନିପରିବା କିଣିବା ତ ଦୂରର କଥା, ଦାମ୍ ଶୁଣିଲେ ବି ଡର ଲାଗୁଛି । ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି । ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା କଷ୍ଟକର ହୋଇପଡ଼ିଲାଣି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବଜାର ଦର ବୃଦ୍ଧିର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି । କେବଳ ଖାଉଟି ନୁହଁନ୍ତି, ବ୍ୟବସାୟୀ ମାନେ ମଧ୍ୟ ଦରବୃଦ୍ଧି ଯୋଗୁଁ ଚିନ୍ତାରେ ପଡିଯାଇଛନ୍ତି । ଅସାଧୁ ବ୍ୟବସାୟୀଙ୍କ କଳାବଜାରୀ,  ଯୋଗାଣ ଶୃଙ୍ଖଳାରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । …

ମହଙ୍ଗା ମାଡ଼ରୁ ଲୋକଙ୍କୁ କେବେ ମିଳିବ ଆଶ୍ୱସ୍ତି ? ଦରବୃଦ୍ଧି ପଛର ପ୍ରକୃତ କାରଣ ଖୋଜିବା ସହ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରି ଦର ନିୟନ୍ତ୍ରଣ କରିବା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

Latest Posts

Don't Miss