spot_img

Latest Posts

ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର। ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି ଆହତ ଅପରାଧୀ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ଏହି ଏନକାଉଣ୍ଟର ହୋଇଛି। ସୂଚନା ଅନୁସାରେ, ଗତ ରାତିରେ ରାଣୀତାଲ-କୁପାରୀ ରୋଡ୍‌ରେ ଦୁଇ ଅପରାଧୀ ଲୋକେଶ ଓ ତା’ର ସହଯୋଗୀ ଯାଉଥିଲେ। ଉଭୟଙ୍କ ନାଁରେ ହତ୍ୟା ଧମକ, ଚୋରି ଓ ଡକାୟତି ଭଳି ଏକାଧିକ ସଂଗୀନ ମାମଲା ରହିଛି। ସେମାନଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିବା ବେଳେ ଲୋକେଶ ପ୍ରଥମେ ଗୁଳି ଚଳାଇଥିବା ଜଣାପଡ଼ିଛି। ପରେ ପୋଲିସର ପାଲଟା ଗୁଳିରେ ଲୋକେଶ ଆହତ ହୋଇଥିଲା। ତା’ର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି।

Latest Posts

Don't Miss