ନନ୍ଦିଘୋଷ ବ୍ୟୁରୋ : ଆସୁଛି ଗଣେଶ ପୂଜା । ଆଦ୍ୟପୂଜ୍ୟଙ୍କ ଆରାଧନାରୁ ଆରମ୍ଭ ହେବ ପାର୍ବଣ ଋତୁ । ଏଥିପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ସହର । ବିଭିନ୍ନ ସ୍ଥାନରେ ଭଳିକି ଭଳି ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି କାରିଗର । ମାଟି, ପାଣି, କୁଣ୍ଡା, କପଡା, ପାଳ ଆଦି ମିଶ୍ରଣରେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି l ସରଗୁଲରେ ଗୋଟିଏ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଦିନ ରାତି ଏକ କରି ମୂର୍ତ୍ତି ଗଢୁଛନ୍ତି । ଗ୍ରାହକଙ୍କ ଡିମାଣ୍ଡ ଅନୁସାରେ ମୂର୍ତ୍ତି ତିଆରି କରୁଥିବା କହିଛନ୍ତି ।…
ଏହି କୁମ୍ଭକାର ପରିବାର ଆଜକୁ ୩୫ ରୁ ୪୦ ବର୍ଷ ହେବ ମୂର୍ତ୍ତି ଗଢି ଆସୁଛନ୍ତି । ଶହେ ଟଙ୍କାରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ତିଆରି କରୁଛନ୍ତି । ସହଯୋଗ କରୁଛନ୍ତି ଅନ୍ୟ ଶ୍ରମିକ । ଦିନକୁ ଦିନ ମାଟିର ଅଭାବ ସାଙ୍ଗକୁ ରଙ୍ଗ, ନଡା ଆଦି ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବାରୁ ଉଚିତ ପାରିଶ୍ରମିକ ମିଳୁନଥିବା କହିଛନ୍ତି କାରିଗର । ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କରୁଛନ୍ତି ପ୍ରୟାସ ।…

