spot_img

Latest Posts

ଆସିକା ପଞ୍ଚାୟତ ସମିତି ବୈଠକରେ ଗାଳିଗୁଲଜ ଓ ଧମକ ଘଟଣା

ନନ୍ଦିଘୋଷ ବ୍ୟୁରୋ :ଆସିକା ପଞ୍ଚାୟତ ସମିତି ବୈଠକରେ ଗାଳିଗୁଲଜ ଓ ଧମକ ଘଟଣା। ଆସିକା ବିଧାୟକଙ୍କ ୨ ପୁଅ ନାଁରେ ମାମଲା ରୁଜୁ ହୋଇଛି। ଆସିକା ଥାନାରେ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ତିନି ଜଣଙ୍କ ମଧ୍ୟରେ ଅଛନ୍ତି ବିଧାୟକଙ୍କ ଦୁଇ ପୁଅ। ଆସିକା ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ଦୁଇ ପୁଅଙ୍କ ନାଁରେ ମାମଲା ରୁଜୁ ହୋଇଛି।

ହରିଡ଼ାପଦର ମହିଳା ସରପଞ୍ଚଙ୍କୁ ଗାଳିଗୁଲଜ କରିଥିଲେ ଆସିକା ବିଧାୟକଙ୍କ ୨ ପୁଅ। ଏନେଇ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ। ଗତକାଲି ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗଞ୍ଜାମ ଆସିକା ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ଉପସ୍ଥିତିରେ ସରପଞ୍ଚ ଓ ସମିତି ସଭ୍ୟ ହୋହଲ୍ଲା ସହ ପାଟିତୁଣ୍ଡ କରିଥିଲେ। ବିଧାୟକ ଗୋଷ୍ଠୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କୌଣସି କାରଣରୁ ଦୀର୍ଘ ମାସ ପରେ ଏହି ବୈଠକ ହୋଇଥିଲା।

ପ୍ରତି 6 ମାସ ବ୍ୟବଧାନରେ ବୈଠକ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ପଞ୍ଚାୟତ ସମିତି ବୈଠକ ବିଳମ୍ବକୁ ନେଇ ନିର୍ବଚିତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ସରକାର ବଦଳିବା ପରେ ଆସିକା ବ୍ଲକର 27ଟି ଗ୍ରାମ ପଞ୍ଚାୟତରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଯାଇଛି l ସେହି ସମୟରେ ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା ନିଜ ପଂଚୟତର ସମସ୍ୟା ବିଷୟରେ କହିବାରୁ  ଙ୍କୁ ବୈଠକ ଗୃହ ବାହାରେ ଥିବା ବିଧାୟଙ୍କ ଦୁଇ ପୁଅ ଓ ତାଙ୍କର ସମର୍ଥକ ଅଶୋଭନୀୟ ବ୍ୟବହାର କରିବା ସହ ଗାଳି ଗୁରଜ କରିଥିଲେ। ମହିଳା ସରପଞ୍ଚଙ୍କ ଏତଲା କ୍ରମେ ଆସିକା ଥାନାରେ ମାମଲା ରୁଜୁ ହୋଇଥିଲା।

Latest Posts

Don't Miss