spot_img

Latest Posts

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

ନନ୍ଦିଘୋଷ ବ୍ୟୁରୋ : ଗାଁରେ ଫିକା ପଡ଼ିଲା ଗଣେଶ ଚତୁର୍ଥୀର ଖୁସି। ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ। ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖଜୁରୀଗୁଡ଼ା ଗାଁର ରାମାରାଓ କୁଲସିକାଙ୍କ ମୃତ୍ୟୁ ହୋଇଛି । ମାତ୍ର ୧୫ ଦିନ ତଳେ ଶ୍ରମିକ ଭାବେ କାମ କରିବାକୁ ଏରୋଡୁ ଯାଇଥିଲେ ରାମାରାଓ । ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାମିଲନାଡୁରେ ମୃତଦେହ ପଡ଼ିଥିବା ବେଳେ ଗାଁକୁ କିଭଳି ଶବ ଫେରିବ, ସେନେଇ ଚିନ୍ତାରେ ପରିବାର । ଏପଟେ ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧା ମାଆ । ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ନିବେଦନ କରିଛନ୍ତି ପରିବାର। ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି, ତାମିଲନାଡୁରୁ ମୃତଦେହ ଆଣିବା ପାଇଁ ଆମ୍ବୁଲାନ୍ସ ଭଡ଼ା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସେହି ଅନୁସାରେ ପଦକ୍ଷେପ ନିଆଯିବ।

Latest Posts

Don't Miss