spot_img

Latest Posts

ଭଟିଣ୍ଡାରେ ଫସିଥିବା ୬୯ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲେ ରାଜ୍ୟ ସରକାର

 

ଅସହାୟ ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର। ରାଜ୍ୟସରକାର ଓ ଓଡ଼ିଶା ମୋ ପରିବାର’ର ମିଳିତ ସାହାୟତାରେ ପଞ୍ଜାବର ଭଟିଣ୍ଡାରେ ଫସିଥିବା ୬୯ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଏକ ଭୟର ବାତାବରଣ ଭିତରେ ଭାୟା ଦିଲ୍ଲୀ ଦେଇ ଭଟିଣ୍ଡାରୁ ଭୁବନେଶ୍ବର ପହଞ୍ଚିଥିଲେ ଏହି ଓଡିଆ ଛାତ୍ରଛାତ୍ରୀ । କରୋନା ଭାଇରସ ପାଇଁ ୪୮ ଘଣ୍ଟା ଭିତରେ ହଷ୍ଟେଲ ଖାଲି କରିବାକୁ ଆସିଲା ନିର୍ଦ୍ଦେଶ। ଏହାପରେ ଛାତ୍ରଛାତ୍ରୀଙ୍କ ଆଖିରୁ ନିଦ ହଜିଯାଇଥିଲା।

ଓଡ଼ିଶାରୁ ଆସି ସୁଦୂର ପଞ୍ଜାବର ଭଟିଣ୍ଡାରେ ପାଠ ପଢୁଥିବା ୬୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଲାଗିଥିଲା। କେଉଁଠି ରହିବେ କଣ ଖାଇବେ ଏବଂ ଏତେ କମ ସମୟ ଭିତରେ ଏତେ ସଂଖ୍ୟାର ପିଲା କେମିତି ଓଡ଼ିଶା ଫେରିବେ ସେ ନେଇ ଚିନ୍ତା ବଢିଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ଗୁହାରୀ କରିଥିଲେ ଏହି ଛାତ୍ରଛାତ୍ରୀମାନେ। ଏହାପରେ ସହାୟତାର ହାତ ବଢାଇଥିଲେ ରାଜ୍ୟ ସରକାର।

ରାଜ୍ୟସରକାର ଓ ଓଡ଼ିଶା ମୋ ପରିବାର’ର ମିଳିତ ସାହାୟତାରେ ଭଟିଣ୍ଡାରେ ଫସିଥିବା ୬୯ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଯାଇଛି। ପ୍ରଥମେ ବସ୍‌ ଯୋଗେ ଭଟିଣ୍ଡାରୁ ଦିଲ୍ଲୀ ଏବଂ ଏହାପରେ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଭୁବନେଶ୍ବରକୁ ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା।

ଭୁବନେଶ୍ବରରେ ପହଞ୍ଚିବା ପରେ ପାନ୍ଥନିବାସରେ ଛାତ୍ରଛାତ୍ରଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟାବସ୍ଥା କରାଯାଇଥିଲା। ସେପଟେ ସୁରକ୍ଷା ଦୃଷ୍ଟିରୁ ଦୀର୍ଘ ସମୟ ଧରି ଟ୍ରେନ ଯୋଗେ ଯାତ୍ରା କରିଆସିଥିବା ଛାତ୍ରଛାତ୍ରୀଙ୍କର  ପ୍ରଥମେ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା।

 

 

 

 

 

 

 

 

 

 

Latest Posts

Don't Miss