spot_img

Latest Posts

କରୋନା ‘ଗୁଜବ’ ଏବଂ ଫେକ୍ ନ୍ୟୁଜ୍ ରୋକିବା ପାଇଁ ସୂଚନା ହବ୍ ପ୍ରସ୍ତୁତ କଲା ହ୍ୱାଟ୍ସଆପ୍

କରୋନା ଜୀବାଣୁ ସମଗ୍ର ବିଶ୍ୱରେ ଅସନ୍ତୋଷ ସୃଷ୍ଟି କରିଛି। ଏହି ଭାଇରସ୍ ଏଡାଇବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ହ୍ୱାଟ୍ସଆପ୍ ମଧ୍ୟ ଏଥିପାଇଁ ନୂଆ ପଦକ୍ଷେପ ନେଇଛି। ଫେକ୍ ନ୍ୟୁଜ ଏବଂ କରୋନା ଜୀବାଣୁ ଜଡିତ ଗୁଜବ ପାଇଁ ଫ୍ୟାକ୍ଟ ଚେକିଂ ନେଟୱାର୍କ ଲଞ୍ଚ କରିଛି ହ୍ୱାଟ୍ସଆପ । ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ କରୋନା ଜୀବାଣୁ ସମ୍ବନ୍ଧରେ ଜାଣିବା ପାଇଁ ଏକ ୱେବ୍ ପେଜ୍ ପ୍ରସ୍ତୁତ କରିଛି। କମ୍ପାନୀ ଏହାର ନାମ କରୋନା ଭାଇରସ୍ ସୂଚନା ହବ୍ ରଖିଛି।

ଏଥିପାଇଁ ହ୍ୱାଟ୍ସଆପ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସହିତ ପାର୍ଟନରଶିପ୍ କରିଛି। ଏହି ନୂଆ ୱେବ ପେଜ୍ ରେ କରୋନା ନେଇ ସବୁ ତଥ୍ୟ ପବ୍ଲିସ୍ କରାଯିବ । କରୋନା ବିଷୟରେ ଲୋକଙ୍କ ଭୟ ବଢିବାରେ ଲାଗିଛି । ସେଥିପାଇଁ ମିଥ୍ୟା ଖବର କିମ୍ବା ଗୁଜବ ଲୋକମାନଙ୍କୁ ଅଧିକ ଭୟଭୀତ କରିପାରେ । ଏହି ୱେବପେଜ ପାଇଁ ହ୍ୱାଟ୍ସଆପ୍ UNICEF ଏବଂ UNDP ସହିତ ମଧ୍ୟ ପାର୍ଟନରଶିପ୍ କରିଛି।   । ଏଥିପାଇଁ କମ୍ପାନୀ ୧ମିଲିୟନ୍ ଡଲାର ଖର୍ଚ୍ଚ କରୁଛି।

ସୂଚନାଯୋଗ୍ୟ ଯେ, ଦେଶର ନାଗରୀକମାନଙ୍କୁ ଦୃଷ୍ଟିରେ ରଖି ଏହି ସୂଚନା ହବ୍ ଡିଜାଇନ୍ କରାଯାଇଛି। ଏହି ହବ୍ ରେ WHO ଦ୍ୱାରା ପ୍ରକାଶିତ ସୂଚନା ଏବଂ ଏହା ସହିତ ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ମଧ୍ୟ ଦିଆଯାଇଛି। କମ୍ପାନୀ ଦାବି କରିଛି ଯେ ଇଣ୍ଡୋନେସିଆ, ଇସ୍ରାଏଲ, ସିଙ୍ଗାପୁର, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସ୍ଥାନୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଜିଓ ସହ ଏହି ବିଷୟରେ ଆଲୋଚନା କରିସାରିଛନ୍ତି।

Latest Posts

Don't Miss