spot_img

Latest Posts

ସୋରିଆସିସ ରୋଗରେ ଆକ୍ରାନ୍ତ ତପସ୍ୱିନୀ, ଚିକିତ୍ସାରେ ଅର୍ଥ ସାଧିଛି ବାଧକ

ସୋରିଆସିସ ରୋଗରେ ଆକ୍ରାନ୍ତ ତପସ୍ୱିନୀ, ଚିକିତ୍ସାରେ ଅର୍ଥ ସାଧିଛି ବାଧକ

ନନ୍ଦିଘୋଷ ବ୍ୟୁରୋ: ନିଷ୍ଠୁର ଦଇବ । ରୋଗଶଯ୍ୟାରେ ୨୫ ବର୍ଷୀୟା ଯୁବତୀ ତପସ୍ୱିନୀ । ସୋରିଆସିସ୍ ରୋଗରେ ପୀଡ଼ିତ ହୋଇ ଜୀବନ ସହ କରୁଛନ୍ତି ସଂଗ୍ରାମ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ସହାୟତା ଅପେକ୍ଷାରେ ଛେଣ୍ଡିପଦା ବ୍ଲକ ପିପଳବାହାଳ ଗାଁର ତପସ୍ୱିନୀ ମାଝୀ । ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପିପଳବାହାଳ ଗାଁର ତପସ୍ୱିନୀ ମାଝୀ । ଦୀର୍ଘ ୧୮ ବର୍ଷ ହେଲା ଜଟିଳ ସୋରିଆସିସ୍ ରୋଗରେ ରୋଗରେ ପୀଡିତ । ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା ।

ସୂଚନାଯୋଗ୍ୟ, ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ତପସ୍ୱିନୀଙ୍କ ଦେହରୁ ଚମଡା ଛାଡିବା ଆରମ୍ଭ ହୋଇଥିଲା । ହାତଗୋଡ ଅଚଳ ହୋଇଗଲା । ବାପା ମାଆ ଜମିବାଡି ବିକି ଝିଅର ଚିକିତ୍ସା କରାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ଝିଅର ସେବା କରି ବାପା ମାଆ ମଧ୍ୟ ରୋଗୀଣା ହୋଇ ପଡିଲେଣି । ଝିଅର ଚିକିତ୍ସା ପାଇଁ ପରିବାର ଲୋକେ ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ ବି କୌଣସି ସହାୟତା ମିଳି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତପସ୍ୱିନୀଙ୍କ ଚିକିତ୍ସା ପାଇଁ ତୁରନ୍ତ ସରାକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Latest Posts

Don't Miss