spot_img

Latest Posts

ଧର୍ମଗଡ଼ରେ ଶାରଦୀୟ ପୂଜା ପାଇଁ ଜୋରଦାର ପ୍ରସ୍ତୁତି

ଧର୍ମଗଡ଼: ଆସୁଛନ୍ତି ମା । ମାଆ ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ । ନଦୀ ପଠାରେ ଲହଡ଼ି ଭାଙ୍ଗୁଛି ଧୋବ ଫର ଫର କାଶତଣ୍ଡୀ ଫୁଲ । ଗଭୀର ନୀଳ ଜଳ ରାଶି ସାଙ୍ଗକୁ ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲ ଜଗତ ଜନନୀଙ୍କୁ ଆମନ୍ତ୍ରଣ କରୁଛି l କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଶାରଦୀୟ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗାଁ ଗହଳିରେ ଗ୍ରାମ୍ୟ ଦେବୀ ବି ପୂଜା ପାଇବେ । ସୁଉଚ୍ଚ ମେଢ଼ ନିର୍ମାଣ ସାଙ୍ଗକୁ ତୋରଣ ସାଜ ସଜା ଓ ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି କାରିଗର।

ଧର୍ମଗଡ ଉପଖଣ୍ଡ  କଲମପୁର, ଗୋଲାମୁଣ୍ଡା, ଜୟପାଟଣା, କୋକସରା ଜୁନାଗଡ଼ ବ୍ଲକରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ସ୍ଥାନରେ ଦୁର୍ଗା ପୂଜା ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସବୁ ସ୍ଥାନରେ ମେଢ଼ ପୂଜା ପାଉଥିବା ବେଳେ ଧର୍ମଗଡ଼ ଦୁର୍ଗା ପୂଜାର ସ୍ୱତନ୍ତ୍ରତା ରହିଛି l ବୀର ବାଦ୍ୟ ଘୁମୁରା, ନାଟକ, ମେଲୋଡ଼ି ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ମାଆ ମାଣିକେଶ୍ଵରୀର ବାବା ଅଗ୍ନି ଭୈରବଙ୍କ ଆଦ୍ୟ ପର୍ବ ଝାମୁ ଯାତ୍ରାରୁ କଳାହାଣ୍ଡିରେ ପାର୍ବଣ  ଆରମ୍ଭ ହୋଇଥାଏ। ଗାଁର ଦେବୀ ପୂଜା କାଳିଶି ସାଙ୍ଗକୁ ବିଭିନ୍ନ ମେଢ଼ ଓ ରାବଣ ପୋଡ଼ି ଦେଖିବେ ଗ୍ରାମବାସୀ। ଏଥିପାଇଁ  ଗାଁଠୁ ସହରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

Latest Posts

Don't Miss