spot_img

Latest Posts

ଗଜପତି ନେରେଡି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପର୍ଯ୍ୟବେକ୍ଷଣ କମିଟି

ଗଜପତି : ଗଜପତି ନେରେଡି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପର୍ଯ୍ୟବେକ୍ଷଣ କମିଟି। ଅଧ୍ୟକ୍ଷଙ୍କ ସହ ଦୁଇ ସଦସ୍ୟ, ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିଛନ୍ତି । ବ୍ୟାରେଜ୍, ବାମ କେନାଲ ଓ ଆପ୍ରୋଚ୍ ରାସ୍ତା ପାଇଁ କେତେ ଜମି ଯିବ, ତାହାର ସ୍ପଷ୍ଟ ତଥ୍ୟ ଦାବି କରିଛନ୍ତି ଲୋକେ । କେବଳ ଜମି ଅଧିଗ୍ରହଣ ନୁହେଁ, ବ୍ୟାରେଜରେ ସ୍ଲୁୁଇସ ଗେଟ୍ ରହିବ କି ନାହିଁ, ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା କଣ ରହିବ ଏବଂ କ୍ଷତିଗ୍ରସ୍ତଙ୍କୁ କିଭଳି କ୍ଷତିପୂରଣ ମିଳିବ, ସେନେଇ  ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ସମସ୍ତ ପ୍ରସଙ୍ଗର ସମାଧାନ ଓ ସ୍ପଷ୍ଟତା ପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେମାନେ ଦାବି ରଖିଛନ୍ତି । ଲୋକଙ୍କ ଦାବି ଓ ସମସ୍ୟା ଉପରେ ଉଭୟ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ । ସ୍ଥଳ ଯାଞ୍ଚ ସହ ସରକାରୀ ସର୍ଭେ ଏବଂ କାର୍ଯ୍ୟ ଆରମ୍ଭ ପୂର୍ବରୁ ପଲ୍ଲୀସଭା ଓ ଗ୍ରାମସଭା କରାଯିବ । ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଉଭୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି…।

Latest Posts

Don't Miss