spot_img

Latest Posts

ଭୁବନେଶ୍ଵର R & B ଡିଭିଜନ-୧ ଦୁର୍ନୀତି ମାମଲାରେ ଆଉ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ଆର୍ ଏଣ୍ଡ ବି ଡିଭିଜନ ଦୁର୍ନୀତି ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ୯ କୋଟି ୨୪ ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜିଲ୍ଲା ଟ୍ରେଜେରି ଅଫିସର ବରିଷ୍ଠ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ପୁରୀ ଆର୍ ଏଣ୍ଡ ବି ଡିଭିଜନର ବରିଷ୍ଠ ସହାୟକ ବିଶ୍ଵନାଥ ଦାସ ଓ ଭୁବନେଶ୍ଵର ଅଫିସର ପିଅନ କୁମୁଦ ସାହୁ। ସମସ୍ତଙ୍କୁ ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ଆଗରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ମୁଖ୍ୟ ଅଭିଯୁକ୍ତ ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ। ଉଭୟେ ଭୁବନେଶ୍ଵର ଆର୍ ଆଣ୍ଡ ବି ଡିଭିଜନ ୱାନ୍ ର ସୁପରିଟେଣ୍ଡିଂ ଇଂଜିନିୟରଙ୍କ ଅଫିସରେ କାର୍ଯ୍ୟରତ ଥିଲେ।

Latest Posts

Don't Miss