spot_img

Latest Posts

CJP ବିକ୍ଷୋଭ: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

CJP ବିକ୍ଷୋଭ: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ସିଜେପି ଆନ୍ଦୋଳନ ପ୍ରସଙ୍ଗ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ସମୟରେ ଦିଲ୍ଲୀ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ଓ ଟ୍ରେନ୍ ସେବା ବାତିଲ କରି କର୍ତ୍ତୃପକ୍ଷ କୋର୍ଟ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ମାମଲାର ସୁପ୍ରିମକୋର୍ଟ ଆଜି କରିବେ ଶୁଣାଣି।

ସିଜେପିର ବିକ୍ଷୋଭ, ନିର୍ବାଚନ ଆୟୋଗ, ଏସ୍‌ଆଇଆର୍‌, ମେଟ୍ରୋ ସେବା ବନ୍ଦ ଓ ପ୍ରଦର୍ଶନକାରୀଙ୍କ ଗିରଫଦାରୀକୁ ନେଇ ଆଜି ସ୍ୱତନ୍ତ୍ର ଶୁଣାଣି କରିବେ ସୁପ୍ରିମକୋର୍ଟ । ଛୁଟି ଦିନ ସତ୍ତ୍ୱେ ଦିଲ୍ଲୀରେ ସିଜେପିର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ସାର୍ବଜନୀନ ପରିବହନ ଉପରେ ଲାଗୁ ହୋଇଥିବା କଟକଣାକୁ ନେଇ ଦାଖଲ ଦୁଇଟି ପିଟିସନ୍‌ର ଶୁଣାଣି ହେବ।

ଆଡ଼ଭୋକେଟ ଶୈଳେନ୍ଦ୍ରମଣୀ ତ୍ରିପାଠୀଙ୍କ ପକ୍ଷରୁ ଦାୟର ପିଟିସନର ଶୁଣାଣି କରିବେ ଜଷ୍ଟିସ ଜୟମାଲ୍ୟା ବାଗଚୀ ଓ ଜଷ୍ଟିସ ଭି. ମୋହନା। ସେହିପରି ଶନିବାର ଆନ୍ଦୋଳନକାରୀଙ୍କୁ ଅଟକ ରଖାଯିବା ସଂକ୍ରାନ୍ତରେ ଆଇନଜୀବୀ ମେନକା ଗୁରୁସ୍ବାମୀ ଦାୟର କରିଥିବା ଏକ ହେଭିୟସ କର୍ପସ ପିଟିସିନର ବି ଶୁଣାଣି କରିବେ ଖଣ୍ଡପୀଠ। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଅଧ୍ଯକ୍ଷ ଡି. ଥାରା ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ  ଅବମାନନା କରିଥିବା ପିଟିସନରେ ଦର୍ଶାଯାଇଛି। ପିଟିସନର ଯୁକ୍ତି ଦର୍ଶାଇଛନ୍ତି ଯେ ,ମେଟ୍ରୋ ଓ  ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଜାରି ନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏସବୁ ଉପରେ କଟକଣା ଲଗାଯାଇଥିଲା। ସେହିପରି ଅନେକ ଟ୍ରେନ୍ ବନ୍ଦ ହେବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Latest Posts

Don't Miss