spot_img

Latest Posts

କ୍ୟାମ୍ପସରେ ନିର୍ବାଚନୀ ତାତି, ୧୫ରେ ଭୋଟ୍

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ କମ୍ପୁଛି କ୍ୟାମ୍ପସ। ୧୪ ତାରିଖରେ ମୁଁ କାହିଁକି ପ୍ରାର୍ଥୀ ସଭା, ୧୫ରେ ଭୋଟ। ନିଜ ସପକ୍ଷରେ ସମର୍ଥନ ଜୁଟାଇବାକୁ ବଳ କଷୁଛନ୍ତି ଛାତ୍ର ନେତା ଓ ନେତ୍ରୀ । କଲେଜ ଇଲେକ୍ସନରେ ସ୍ଥାନ ପାଇଛି ରାଜ୍ୟ ଓ ଜାତୀୟ ପ୍ରସଙ୍ଗ। ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜେନ- ଜି ଆନ୍ଦୋଳନ ବି ଏଥର ପ୍ରସଙ୍ଗ ପାଲଟିଛି। ଛାତ୍ର ରାଜନୀତି ସହିତ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଯୋଡ଼ି ହୋଇ ରହିଥିବାରୁ ସମସ୍ତଙ୍କ ପାଇଁ ପତିଆରା ଲଢ଼େଇ ସମ୍ମାନର ପ୍ରଶ୍ନ ହୋଇଛି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ପ୍ରାର୍ଥୀ ଏବେ ନିର୍ବାଚନ ରଣାଙ୍ଗନରେ। କଲେଜ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ଜାଗାରୁ ନିର୍ବାଚନୀ ହିଂସା ଘଟଣା ସାମ୍ନାକୁ ଆସିଲାଣି । କିଛି ଜାଗାରେ ଅଶାନ୍ତ ପରିବେଶ ଯୋଗୁଁ ନିର୍ବାଚନ ବନ୍ଦ ହେଲାଣି । ଏଥିପାଇଁ ଶାସକ ଦଳର ନେତା ଓ ସେମାନଙ୍କ ପ୍ରରୋଚନାରେ ଚାଲିଥିବା ସରକାରୀ କଳକୁ ଦାୟୀ କରିଛନ୍ତି ବିରୋଧୀ । ପକ୍ଷପାତିତା, ଜୋର ଜବରଦସ୍ତି ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିସିଜେଡି ଓ ଏନଏସୟୁଆଇ।

କଲେଜ ନିର୍ବାଚନରେ ହିଂସାର କାରଣ ଶାସକ ଦଳ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେପି। ଦଳ କହିଛି, କଲେଜ ନିର୍ବାଚନରେ ଆମର କୌଣସି ଭୂମିକା ନାହିଁ। ଏପରିକି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଆମର କୌଣସି ଛାତ୍ର ଶାଖା ନାହିଁ। ବିଜେପି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କଲେଜ ରାଜନୀତି ସହ ଜଡି଼ତ ନୁହେଁ। ଯେଉଁଠି ହିଂସା ହେଉଛି, କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଉଛନ୍ତି

Latest Posts

Don't Miss