spot_img

Latest Posts

ଯନ୍ତର ମନ୍ତରରେ ପ୍ରତିବାଦ ଉପରେ କଟକଣା ମାମଲା ନେଇ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତର ମନ୍ତରରେ ପ୍ରତିବାଦ ଉପରେ କଟକଣା ମାମଲା ନେଇ ଆଜି ହେବ ଶୁଣାଣି। ଦିଲ୍ଲୀ ହାଇକୋର୍ଟରେ ହେବ ଶୁଣାଣି। ଗତକାଲି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ଯେ, ଜନ୍ତର ମନ୍ତରରେ ଆଉ ପ୍ରତିବାଦ କରାଯାଇପାରିବ ନାହିଁ କି ଧାରଣଆ ଦିଆଯାଇପାରିବ ନାହିଁ। ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନକାରୀଙ୍କ ଓକିଲ ଅନୁରୋଧ କରିଥିଲେ। ଜନ୍ତର ମନ୍ତର ବନ୍ଦ ହୋଇଥିବାରୁ ଏବଂ ବିକ୍ଷୋଭ ପାଇଁ ବିକଳ୍ପ ସ୍ଥାନ ନିର୍ଦ୍ଧାରଣ କରାଯାଇନଥିବାରୁ ଲୋକଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ମତପ୍ରକାଶର ଅଧିକାର ପ୍ରଭାବିତ ହେଉଥିବା ସେ ଯୁକ୍ତି ଦର୍ଶାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହି ପ୍ରସଙ୍ଗର ବିଚାର କରୁଥିବା ଏବଂ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିବା ଜଣାପଡ଼ିଛି। ଏହା ସହ ଅକ୍ଟୋବର ୧୦ ଓ ୧୧ ରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣକୁ ନେଇ ମଧ୍ୟ ଏକ ମାମଲା ହୋଇଛି। କିଛି ବାହାର ଲୋକ ଆସି ଆନ୍ଦୋଳନକାରୀଙ୍କୁ ମାରପିଟ କରିଥିଲେ। ଏପରିକି ମହିଳାଙ୍କୁ ହଇରାଣ ହରକତ କରିଥିଲେ। କନଟ୍ ପ୍ଲେସ୍ ଓ ଜନ୍ତର ମନ୍ତର ନିକଟବର୍ତ୍ତୀ ରାସ୍ତାରେ ଘଟିଥିବା ଆକ୍ରମଣର ନିରପେକ୍ଷ ଓ ନିର୍ଦ୍ଦିଷ୍ଟ ସମୟ ଭିତରେ ତଦନ୍ତ ପାଇଁ ଦାବି କରାଯାଇଛି। …

 

Latest Posts

Don't Miss