spot_img

Latest Posts

ଶ୍ରୀକ୍ଷେତ୍ରରେ ଗୋଶାଣୀ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ପୂରୀ: ପୂରୀରେ ପୂଜା ପାଇବେ ଗୋଶାଣୀ । ଶ୍ରୀକ୍ଷେତ୍ରର ଏହି ପରମ୍ପରାକୁ ନେଇ ସବୁଠି ଉତ୍ସାହ । ବିଭିନ୍ନ ମଣ୍ଡପ ଓ ସାହି ଜାଗାରେ ଚାଲିଛି ଜୋରଦାର ପ୍ରସ୍ତୁତି । ପୁରୀର ଦୁର୍ଗା ପୂଜା ବେଶ ନିଆରା ଓ ପାରମ୍ପରିକ । ବହୁ ପ୍ରାଚୀନ କାଳରୁ ଏଠି ଦୁର୍ଗାପୂଜାକୁ ଏଠାରେ ଗୋଶାଣୀ ଉତ୍ସବ ଭାବେ ପାଳିତ ହୋଇ ଆସୁଛି । ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହ ଏହା ବେଶ ଜଡିତ । ବିଭିନ୍ନ ପୀଠରେ ଦୁର୍ଗା ମାଧବ ଉପାସନା କ୍ରମରେ ଏଠାରେ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବାବେଳେ ଜାଗା ଅଖଡା, ସାହି ଓ ମଣ୍ଡପ ମାନଙ୍କରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ଗୋଶାଣୀ ପୂଜା । ସମ୍ପୂର୍ଣ ପାରମ୍ପରିକ ଏହି ଗୋଷାଣୀଙ୍କ ନିର୍ମାଣ ଠାରୁ ଆରମ୍ଭ କରି ବେଶଭୂଷା ଓ ପୂଜାବିଧି ନିଆରା । ଗୋଶାଣୀ ରୂପରେ ପୂଜନ ଶାକ୍ତ ପୂଜା ବିଧିର ଅଧିନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କୁ ନେଇ କରାଯାଉଥିବା ପରମ୍ପରା ରହିଛି ।

ପୂଜା ପାଖେଇ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଗୋଶାଣୀ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଲାଣି । ପୁରୀର ପୂଜିତ ଗୋଷାଣୀଙ୍କ ମଧ୍ୟରୁ ବାରବାଟୀ ଓ ଜହ୍ନିଖାଇ ମୂର୍ତ୍ତି ବିଶାଳକାୟ ଓ ଭବ୍ୟ ହୋଇଥିବାବେଳେ ଏହାର ନିର୍ମାଣ ଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ପାରମ୍ପରିକ । ଅତ୍ୟନ୍ତ ଶୁଦ୍ଧପୁତ ଭାବେ କାରିଗର ଏହାର ନିର୍ମାଣ କରିଥାନ୍ତି । ଜଗନ୍ନାଥ ସଂସ୍କୃତି ସହ ଜଡିତ ଏହି ମୂର୍ତ୍ତି ନିର୍ମାଣ କରି ନିଜକୁ ଧନ୍ୟ ମନେ କରନ୍ତି କାରିଗର ।

Latest Posts

Don't Miss