spot_img

Latest Posts

ବହୁଚର୍ଚ୍ଚିତ ପୁରୀ ମାଆ ହତ୍ୟାକାଣ୍ଡ! ୫୭ ଦିନ ପରେ ଟାଟାନଗରରୁ ଗିରଫ ହେଲା ପୁଅ

ନନ୍ଦିଘୋଷ ବ୍ୟୁରୋ : ପୁରୀ କୁମ୍ଭାରପଡା ଥାନା ଅଞ୍ଚଳରେ ମାକୁ ମାରି ରୋଷେଇ ଘରେ ପୋତିଦେବା ଘଟଣା। ୫୭ ଦିନ ପରେ ଟାଟା ନଗରରୁ ଗିରଫ ହେଲା ଅଭିଯୁକ୍ତ ପୁଅ। ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣା ନେଇ ପୁରୀ ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।କୁମ୍ଭାରପଡା ଅଞ୍ଚଳ ଯାଈଗଡ଼ ଜାଗା ନିକଟ ଘଟଣା ନେଇ ଗତ ଅଗଷ୍ଟ ୨୪ ତାରିଖ ଦିନ ରବି ନାରାୟଣ ସାହୁ ଖବର ପ୍ରଦାନ କରିଥିଲେ। ଘଟଣା ପରେ ପୋଲିସ ପକ୍ଷରୁ ସନ୍ଦେହ ପ୍ରକଟ କରାଯାଇଥିକା। ସିମେଣ୍ଟ ସ୍ଲାବ ଭିତରେ ମହିଳାଙ୍କ ମୃତଦେହ ମିଳିଥିଲା।ସିସିଟିଭି କ୍ୟାମେରା ଅନୁଧ୍ୟାନ ହୋଇଥିଲା। ସେହି ଘରେ ମଦନ ଦଳାଇ ଓ ଅନ୍ନପୂର୍ଣ୍ଣା ଦଳାଇ ରହୁଥିଲେ।

ପ୍ରତିଦିନ ସକାଳୁ ମନ୍ଦିରକୁ ଯାଉଥିଲେ। ଦିନ ୧୧ଟାରେ ଘରକୁ ଫେରୁଥିଲେ। ଦୀର୍ଘ ୨୫ ବର୍ଷ ହେବ ସେ ଘର ଛାଡି ପଳାଇଆସି ପୁରୀରେ ରହୁଥିଲା। ମଦନ କୋଲକାତା ଯାଇ ସେଠାରୁ ଝାରଖଣ୍ଡ, ତାମିଲନାଡୁ ଓ ମହାରାଷ୍ଟ୍ର ଯାଇଥିଲା। ଡିଜିଟାଲ ସମ୍ପର୍କ ନ ଥିବା ହେତୁ ତାକୁ ଗିରଫ କରିବା ବଡ଼ ଚାଲେଞ୍ଜ ଥିଲା। ତେବେ ଟାଟା ନଗର ଅଂଚଳରୁ ତାକୁ ଗିରଫ କରାଯାଇଛି। ସେ ଗୁଣ୍ଡିଚା ମନ୍ଦିର ନିକଟରୁ ସିମେଣ୍ଟ ଆଣି ମା ର ମୃତଦେହକୁ ପ୍ଳାଷ୍ଟର କରିଥିଲା। ଘଟଣା ଘଟାଇବା ପରେ ସେ ବସ ଯୋଗେ ଭୁବନେଶ୍ୱର ପରେ ରାଇପୁର ଓ ଟାଟା ନଗର ଯିବା ପରେ କୋଲକାତା ଭଉଣୀ ପାଖକୁ ଯାଇଥିଲା। ରିମାଣ୍ଡ ରେ ଅଣାଯାଇ ଅଧିକ ପଚାର ଉଚରା କରାଯିବ।

Latest Posts

Don't Miss