spot_img

Latest Posts

ବୀର ପାହାଡିଆଙ୍କୁ ନେଇ ଜାହ୍ନବୀଙ୍କ କଟ୍ରୋଭର୍ସିଆଲ୍ ବୟାନ, କହିଲେ…

ନନ୍ଦିଘୋଷ ବ୍ୟୁରୋ: କଟ୍ରୋଭର୍ସିଆଲ୍ ବୟାନକୁ ନେଇ ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର । କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ, “କଫି ୱିଥ୍ କରଣ”ରେ, ଅଭିନେତା ବୀର ପାହାଡିଆଙ୍କୁ ଡେଟିଂ ପରାମର୍ଶ ଦବାକୁ ଯାଇ ବିବାଦରେ ଫସିଛନ୍ତି ଅଭିନେତ୍ରୀ । ନିକଟରେ”କଫି ୱିଥ୍ କରଣ” ସିଜିନ୍ ୯ର ଅତିଥି ଭାବେ ପହଞ୍ଚିଥିଲେ ଜାହ୍ନବୀ କପୁର, ବରୁଣ ଧାୱନ ଓ ଅର୍ଜୁନ କପୁର ।  ସୋ’ ର ରାପିଟ୍ ଫାୟାର ରାଉଣ୍ତରେ କରଣଙ୍କ ଏକ ପ୍ରଶ୍ନର ଉତ୍ତର ଦବାକୁ ଯାଇ ବିବାଦରେ ଫସିଛନ୍ତି ଜାହ୍ନବୀ ।

କରଣ ଜାହ୍ନବୀଙ୍କୁ ପଚାରିଥିଲେ ଯେ, ସେ ବୀର ପାହାଡିଆଙ୍କୁ କେଉଁ ଡେଟିଂ ପରାମର୍ଶ ଦେବେ। ଏହାର ଉତ୍ତରରେ ଜାହ୍ନବୀ କହିଥିଲେ, “ତାଙ୍କୁ କେବେ କନସର୍ଟକୁ ନେଇଯାଅ ନାହିଁ।” ଜାହ୍ନବୀଙ୍କ ଏହି ବୟାନ ପରେ ଏବେ ବଲିଉଡ଼ଠୁ ଆରମ୍ଭ କରି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ଅଭିନେତ୍ରୀଙ୍କ ଏହି ବୟାନକୁ ତାରା ସୁତାରିଆ ଓ ବୀର ପାହାଡ଼ିଆଙ୍କ ଅତୀତ ସମ୍ପର୍କ ସହିତ ଯୋଡାଯାଉଛି। କେତେକ ଏହାକୁ ମଜାଳିଆ ଢଙ୍ଗରେ ନେଇଥିବା ବେଳେ ଆଉ କେତେକ ସୋସିଆଲ ମିଡ଼ିଆ ୟୁଜର୍ସ ଏନେଇ ଜାହ୍ନବୀଙ୍କୁ ଟ୍ରୋଲ କରିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଅନ୍ୟ ମହିଳାଙ୍କୁ ଅପମାନିତ କରିବା ମଜା ନୁହେଁ, ବରଂ ଲଜ୍ଜାଜନକ’। ସେହିପରି ଆଉ ଜଣେ ଲେଖିଛନ୍ତି, ଜାହ୍ନବୀ ଏକ ହାମ୍ପର ଜିତିବା ପାଇଁ ଏହି ମଜା କରିଥିଲେ। ତେବେ ଜାହ୍ନବୀଙ୍କ ଏହି ବୟାନ ପଛର କାରଣ ଜଣାପଡ଼ିନାହିଁ । ରିପୋର୍ଟ ଅନୁଯାୟୀ, ୨୦୨୫ରେ ତାରା ଓ ବୀର ପରସ୍ପରକୁ ଡେଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ସେହି ବର୍ଷ ଜୁଲାଇ ମାସରେ ଉଭୟ ଇନଷ୍ଟାଗ୍ରାମରେ ସେମାନଙ୍କ ସମ୍ପର୍କକୁ ପ୍ଲବିକ୍ କରିଥିଲେ । ବୀର ଓ ତାରାଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା । ପରେ ଯଦିଓ ସେମାନଙ୍କ ବ୍ରେକଅପ୍ ନେଇ ଖବର ସାମ୍ନାକୁ ଆସିଥିଲା ।  କିନ୍ତୁ ଏନେଇ ବୀର ଓ ତାରାଙ୍କ ପକ୍ଷରୁ କୌଣସି କନଫର୍ମମେସନ୍ ମିଳିପାରିନଥିଲା ।

ପ୍ରକାଶ ଥାଉ କି, ୨୦୨୫ ଡିସେମ୍ବରରେ ତାରା ସୁତାରିଆ ଓ ଏପି ଢିଲୋ ମୁମ୍ବାଇର ଏକ କନସର୍ଟରେ ଏକାଠି ନଜର ଆସିଥିଲେ । କନସର୍ଟ ଚାଲିଥିବା ସମୟରେ, ଏପି ଢିଲୋ ତାରାଙ୍କୁ ଆଲିଙ୍ଗନ କରି ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଏହା ପରେ ବୀର ଓ ତାରାଙ୍କ ବ୍ରେକଅପ ନେଇ ଚର୍ଚ୍ଚା ହୋଇଥିଲା । ଏହାର ଜବାଜ ଦବାକୁ ଯାଇ ଏହା ମଛ କାହାଣୀ ଓ ପେଡ଼ ପିଆର କ୍ୟାମ୍ପେନ୍ ବୋଲି ତାରା କହିଥିଲେ । ତେବେ ଏନେଇ ଦୀର୍ଘ ସମୟ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା । ଏବେ, ଜାହ୍ନବୀଙ୍କ ଏହି ବୟାନ ପରେ, ପୁଣି ଥରେ ପୁରୁଣା ବିବାଦ ମୁଣ୍ତ ଟେକିଛି ।

 

Latest Posts

Don't Miss